କଟକ SCBରେ ବିରଳ ଅସ୍ତ୍ରୋପଚାର: ୫୧ ବର୍ଷିୟ ବ୍ୟକ୍ତିଙ୍କ ଛାତିରୁ ବାହାରିଲା ଛୁଞ୍ଚି

କଟକ  : କଟକ SCBରେ ବିରଳ ଅସ୍ତ୍ରୋପଚାର । ଛାତିରୁ ବାହାରିଲା ଛୁଞ୍ଚି । କାଡିଓ ଥୋରସିସ ଭାସ୍କୁଲାର ସର୍ଜରି ବିଭାଗ ପକ୍ଷରୁ ଏହି ବିରଳ ଅସ୍ତ୍ରୋପଚାର କରାଯାଇଛି । ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲାର ୫୧ ବର୍ଷ ବୟସ୍କ ନିବାସ ଶର୍ମା ଖଟ ଉପରେ ଶୋଇଥିବାବେଳେ ଛାତି ଭିତରେ ଏକ ଛୁଞ୍ଚି ପଶିଯାଇଥିଲା । ତାଙ୍କୁ ପ୍ରଥମେ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ନିବାସଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

କାଡିଓ ଥେରାସିସି ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକଙ୍କ ନେତୃତ୍ବରେ ଅସ୍ତ୍ରୋପଚାର ପାଇଁ ଟିମ୍ ଗଠନ କରାଯାଇଥିଲା । ୧୦ ଜଣିଆ ଟିମ୍ ଏହି ଅସ୍ତ୍ରୋପଚାରରେ ସହଯୋଗ କରିଥିଲେ । ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ତାଙ୍କ ଛାତିରୁ ଛୁଞ୍ଚିକୁ ବାହାର କରାଯାଇଥିଲା । ଏବେ ନିବାସଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।

nis-ad
Leave A Reply

Your email address will not be published.