ନିର୍ବାଚନ ପୂର୍ବରୁ ବନ୍ଧୁକ ଦାଖଲ କରିବାକୁ କମିଶନରେଟ ପୋଲିସର ନିର୍ଦ୍ଦେଶ

ଭୁବନେଶ୍ୱର :  ନିର୍ବାଚନ ପୂର୍ବରୁ ବନ୍ଧୁକ ଦାଖଲ କରିବାକୁ ନିର୍ଦ୍ଦେଶ। ସାଧାରଣ ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସର ବ୍ୟାପକ ପ୍ରସ୍ତୁତି। ନିର୍ବାଚନ ସମୟରେ କେହି ଯେମିତି ଲାଇସେନ୍ସ ପ୍ରାପ୍ତ ବନ୍ଧୁକର ଅପବ୍ୟବହାର ନକରିବ ସେଥିଲାଗି ପୋଲିସ କଡ଼ା ପଦକ୍ଷେପ ନେଇଛି । ତେଣୁ ବନ୍ଧୁକ ଲାଇସେନ୍ସ ନେଇଥିବା ବ୍ୟକ୍ତି ଆସନ୍ତା ୨୫ ଦିନ ମଧ୍ୟରେ ବନ୍ଧୁକ ନିକଟସ୍ଥ ଥାନାରେ ଦାଖଲ କରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଯେଉଁମାନେ ଦାଖଲ କରିବେ ନାହିଁ ସେମାନଙ୍କ ଲାଇସେନ୍ସ ବାତିଲ କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯେଉଁମାନଙ୍କର ଲାଇସେନ୍ସର ସମୟସୀମା ଶେଷ ହୋଇଯାଇଛି ସେମାନେ ମଧ୍ୟ କୌଣସ ପ୍ରକାର ଥାନାରେ ବନ୍ଧୁକ ଦାଖଲ କରିବେ । ମିଳିଥିବା ତଥ୍ୟ ଅନୁଯାୟୀ ଗତ ୬ ବର୍ଷରେ ରାଜଧାନୀରୁ ୮୬ଜଣ ବନ୍ଧୁକ ଲାଇସେନ୍ସ ନେଇଛନ୍ତି । ନିର୍ବାଚନକୁ ନିରପେକ୍ଷ କରିବା ପାଇଁ ନିର୍ବାଚନ କମିଶନ ବନ୍ଧୁକ ଦାଖଲ କରିବାକୁ ପୋଲିସ ନିର୍ଦ୍ଦେଶ ଦେଇଛନ୍ତି ।

nis-ad
Leave A Reply

Your email address will not be published.