ଗଞ୍ଜାମ ଜିଲ୍ଲାରେ ଇଡ଼ି ର ଚଢ଼ାଉ ଧର୍ମକୁ ଆଖି ଠାର : ଧର ଧର ମାର ମାର ନୀତିରେ ଵ୍ରହ୍ମପୁର ରେ ଚଢ଼ାଉ……!


ବ୍ରହ୍ମପୁର: ୧୨-୨ ଗତ ଗୁରୁବାର ଦିନ ବ୍ରହ୍ମପୁର ରେ ଇଡ଼ି ଚଢ଼ାଉ ସମ୍ପର୍କ ରେ ଖବର ଚାରିଆଡେ ଚର୍ଚ୍ଚା ହେବା ପରେ ପ୍ଲଟ ବ୍ୟବସାୟୀ ଓ ବିଲଡ଼େର ଙ୍କ ମଧ୍ୟରେ ଛନକା ପଶିଥିଲା। ହେଲେ ବ୍ରହ୍ମପୁର ର ପ୍ରତିଷ୍ଠିତ ତିନିଜଣ ବିଲଡ଼େର ଙ୍କ ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥା ଉପରେ ଇଡ଼ି ପକ୍ଷରୁ ଚଢ଼ାଉ ହୋଇଥିଲା। ଏହି ଚଢ଼ାଉ ଧର ଧର ମାର ମାର ନୀତିରେ ସୀମିତ ଥିବା ଓ କୁଆଡ଼େ ମ୍ୟାଚ ଫିକ୍ସିଙ୍ଗ ହେଲା କି ବୋଲି ଏବେ ଚର୍ଚ୍ଚା ଜୋର ଧରିଛି। ଚଢ଼ାଉ କୁ ନେଇ ବ୍ରେକିଙ୍ଗ ଜୋର ଦାର ବିଭିନ୍ନ ଗଣମାଧ୍ୟମ ରେ ପ୍ରଚାର ପ୍ରସାର ହୋଇଥିଲା। ହେଲେ ଇଡ଼ି ର ଚଢ଼ାଉ କେବଳ ଧର୍ମକୁ ଆଖିଠାର ନା ଲୋକ ଦେଖାଣିଆ ଯାହାକୁ ନେଇ ସନ୍ଦେହ ଉଙ୍କି ମାରୁଛି l ଏହି ଚଢ଼ାଉ କୁ ନେଇ କୌଣସି ମିଡ଼ିଆ ରେ ଖବର ପ୍ରକାଶ ମଧ୍ୟ ହୋଇନାହିଁ ଯାହାକି ସହର ର କିଛି ବୁଦ୍ଧିଜୀବୀ ଇଡି ର ଅପାରଗତା କୁ ନେଇ ଆଙ୍ଗୁଠି ଉଠାଇ ଛନ୍ତି । ସାରା ରାଜ୍ୟରେ ଥିବା ଅନ୍ୟ ଜିଲ୍ଲାରେ ଇଡ଼ି ଓ ଆଇଡ଼ି ପକ୍ଷରୁ ଚଢ଼ାଉ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲାରେ କେବେ ବୋଲି ନିସର୍ତ୍ତ ରେ ଖବର ପ୍ରକାଶ ହୋଇଥିଲା। ହେଲେ ବ୍ରହ୍ମପୁର ରେ ଇଡ଼ି ଚଢ଼ାଉ ହେବା ନେଇ ଜୋରଦାର ଚର୍ଚ୍ଚା ହେବାପରେ ପ୍ରତିଷ୍ଠିତ ବ୍ୟବସୟୀ ଙ୍କ ମଧ୍ୟରେ ଛନକା ପଶିଯାଇଥିଲା। ଏଥି ମଧ୍ୟରେ ଚଢ଼ାଉ ହେବାର ଚାରିଦିନ ହେଲାଣି ଇଡ଼ି ପକ୍ଷରୁ ଆସିଥିବା ବାବୁ ମାନେ ମିଡ଼ିଆ ଠୁ ଦୂରରେ ରହିବା ରହସ୍ୟ ଧୀରେ ଧୀରେ ପଦାକୁ ଆସିଲାଣି ଶୁଣିବାକୁ ମିଳୁଛି କୌଣସି ଏକ ତୃତୀୟ ଶକ୍ତି ର ମଧ୍ୟସ୍ଥି ଯୋଗୁ ଅନୁସନ୍ଧାନ ରେ ବାଧା ସୃଷ୍ଟି ହେଉଛି । ବ୍ରହ୍ମପୁର ରେ ଥିବା ଜମି ଜମା କାରବାର କୋଟି କୋଟି ଟଙ୍କା ର ଦୁର୍ନୀତି ହେଉଥିଲେ ବି ଆଜି ସୁଦ୍ଧା ଚଢ଼ାଉ ହୋଇନାହିଁ। ଗଞ୍ଜାମ ଜିଲ୍ଲାରେ ଥିବା ଦୁର୍ନୀତି ନିବାରଣ ବିଭାଗ ମଧ୍ୟ ବର୍ତ୍ତମାନ କୋମାରେ ରହିଥିବା ମଧ୍ୟ ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାରେ ଥିବା ବହୁ ବ୍ଲକ ଏବେ ସମ୍ପୂର୍ଣ୍ଣ ଅମଲା ତନ୍ତ୍ରର କବ୍ଜା ରେ ରହିଥିବା ଯୋଗୁଁ ପାଦ ପାଦେ ରେ ଦୁର୍ନୀତି ଏବେ ଚରମସୀମା ରେ ପାହଞ୍ଚି ଥିବା ନେଇ ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲା କୁ ବାବୁ ମାନେ ଥରେ ବଦଳି ହୋଇ ଆସିଲେ କୋଳିଖାଇ ମଞ୍ଜି ପୋତିଲା ଭଳି ରହି ମୁଠା ମୁଠା ଟଙ୍କା ଠୁଳ କରି କୁବେର ହୋଇଥିବାର ନଜିର ରହିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। କେବଳ ଜମି ମାଫିଆ ନୁହଁ ବାଲି ମାଫିଆ, ମଦ ମାଫିଆ ମାନଙ୍କ ଚରା ଭୂଇଁ ପାଲଟିଛି ଗଞ୍ଜାମ ଜିଲ୍ଲା କହିଲେ କିଛି ଭୁଲ ହେବ ନାହିଁ l ଅନେକ ଦିନ ପରେ ଜିଲ୍ଲା ଭିତରେ ଇ ଡି ପଶିଲା ସୁନାମି ପରି ଆଶା କରାଯାଇଥିଲା କିଛି ଗୋଟିଏ ହେବ କିନ୍ତୁ ସେ ସୁନାମି କୁଆଡେ ଗଲା ତାହା ସନ୍ଦେହ ଘେରରେ l ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଲାଣି ଇ. ଡି ର ଯଦି ଏହି ଅବସ୍ଥା ତେବେ ଭିଜିଲାନ୍ସ ବିଭାଗ କୁ ଦାୟୀ ଦେଇ କିଛି ଲାଭ ନାହିଁ l ଆଗକୁ ଅଛି ସାଧାରଣ ନିର୍ବାଚନ ଦେଖାଯାଉ ଆଗକୁ କଣ ହେଉଛି, ଶୁଣିବାକୁ ମିଳୁ ଥିଲା ଜିଲ୍ଲାର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଇଡି ସ୍କାନରେ ଏବଂ ଢୋଲ ଭିତରେ ଥିବା ମୂଷା ମାନଙ୍କୁ ଖୋଜି କାଢ଼ିବ କିନ୍ତୁ ବର୍ତମାନ ର ପାଣିପାଗ ବଦଳି ଗଲା ପରି ମନେ ହେଲାଣି ଦେଖାଯାଉ ଆଗାମୀ ଦିନରେ ସମୟ କଣ କହୁଛି l

nis-ad
Leave A Reply

Your email address will not be published.