ଗାନ୍ଧୀ ପରିବାରର ଭାରତ ଯୋଡ଼ ଯାତ୍ରା କରିବାର ଅଧିକାର ନାହିଁ: ଅମିିତ ଶାହା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଦିନ ଦାବି କରିଛନ୍ତି କି, ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ଏକାକୀ ୩୭୦ ଆସନରେ ବିଜୟୀ ହେବ । ଏହାସହ ଏନଡିଏକୁ ମୋଟ ୪୦୦ ରୁ ଅଧିକ ଆସନ ମିଳିବ । ତୃତୀୟ ଥର ପାଇଁ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗଠନ ହେବ ।
ସେପଟେ ନାଗରିକ ସଂଶୋଧନ ଅଧିନିୟମ ବା ସିଏଏକୁ ନେଇ ଅମିତ୍ ଶାହା କହିଛନ୍ତି କି, ଏହି ଆଇନ ୨୦୧୯ ରୁ ପ୍ରସ୍ତୁତ ହୋଇ ରହିଛି ଓ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହା ଦେଶରେ ଲାଗୁ ହେବାକୁ ଯାଉଛି । ଏହାସହ ସିଏଏକୁ ନେଇ ବିରୋଧୀଦଳ ଦେଶର ମୁସଲିମ୍ ସଂପ୍ରଦାୟକୁ ଭୁଲ ତଥ୍ୟ ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସିଏଏ ମାଧ୍ୟମରେ ସରକାର ସେହି ଲୋକମାନଙ୍କୁ ନାଗରିକତା ଦେବାକୁ ଚାହୁଁଛନ୍ତି ଯେଉଁମାନେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଉତ୍ପୀଡନ ସହିବା ପରେ ଭାରତର ଶରଣ ନେଇଛନ୍ତି । ଏହା କୌଣସି ଭାରତୀୟଙ୍କ ନାଗରିକତା ଛଡାଇ ନେବନାହିଁ ବୋଲି ଗୃହମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାକୁ ନେଇ ମଧ୍ୟ ଗୃହମନ୍ତ୍ରୀ ମତ ରଖିଛନ୍ତି । ସେ କହିଛନ୍ତି କି, ଯେଉଁ ନେହେରୁ ଓ ଗାନ୍ଧୀ ପରିବାର ପାଇଁ ୧୯୪୭ ମସିହାରେ ଦେଶ ବିଭାଜନ ହୋଇଗଲା ସେହି ପରିବାରର କାହାରି ଭାରତ ଯୋଡ ଯାତ୍ରା କରିବାର ଅଧିକାର ନାହିଁ ।

nis-ad
Leave A Reply

Your email address will not be published.