କାର୍ଯ୍ୟବେଳେ ସହିଦ ହେଉଥିବା ଅଗ୍ନିବୀରଙ୍କ ପରିବାରକୁ ଅଧିକ ସୁବିଧା ଯୋଗାଇବାକୁ ସଂସଦୀୟ ସମିତିର ସୁପାରିଶ

ନୂଆଦିଲ୍ଲୀ: କାର୍ଯ୍ୟ କରୁଥିବା ସମୟରେ ସହିଦ ହେଉଥିବା ଅଗ୍ନିବୀର ପରିବାରକୁ ସାଧାରଣ ସୈନିକଙ୍କ ଭଳି ପେନସନ ଓ ଅନ୍ୟାନ୍ୟ ସୁବିଧା ମିଳିବା ଉଚିତ୍ । ସଂସଦୀୟ ସମିତି ତରଫରୁ ଏଭଳି ସୁପାରିସ କରାଯାଇଛି । ଏବେ ଥିବା ନିୟମ ମୁତାବକ କାର୍ଯ୍ୟବେଳେ ସହିଦ ହେଉଥିବା ଅଗ୍ନିବୀର ପରିବାରକୁ ସାଧାରଣ ସୈନିକ ପରିବାର ଭଳି ସୁବିଧା ସୁଯୋଗ ପ୍ରଦାନ କରାଯାଉ ନାହଁ । ସଂସଦୀୟ ସମିତି ତାର ରିପୋର୍ଟରେ କହିଛି କି, ସହିଦ ହେଉଥିବା ଅଗ୍ନିବୀର ପରିବାରର ଦୁଖକୁ ଧ୍ୟାନରେ ରଖି ଏଭଳି ସୁପାରିସ କରାଯାଇଛି ।
କେବଳ ସେତିକି ନୁହେଁ କାର୍ଯ୍ୟରତ ସୈନିକ ସହିଦ ହେଲେ ସେମାନଙ୍କ ପରିବାରକୁ ମିଳୁଥିବା ସହାୟାତ ରାଶି ଉପରେ ୧୦ ଲକ୍ଷ ଟଙ୍କା ବୃଦ୍ଧି କରିବାକୁ ସୁପାରିସ କରାଯାଇଛି। ଏହା ସମସ୍ତ ବର୍ଗ ପାଇଁ ଲାଗୁ ହେଉ ବୋଲି କୁହାଯାଇଛି ।
ସମିତି କହିଛି କି, ସହିଦ ହେଉଥିବା ସୈନିକମାନଙ୍କ ପରିବାରକୁ ଏବେ ୨୫ ଲକ୍ଷ ଟଙ୍କା ସହାୟତା ମିଳୁଛି, ଏହାକୁ ୩୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ସୁପାରିସ କରାଯାଇଛି । ସେହିଭଳି ଯୁଦ୍ଧ ସମୟରେ ସହିଦ ହେଉଥିବା ସୈନିକଙ୍କ ପରିବାରକୁ ୪୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଉଛି । ଏହାକୁ ମଧ୍ୟ ୫୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ସୁପାରିସ କରାଯାଇଛି ।

ସୂଚନା ଥାଉକି ୨୦୨୨ ମସିହାରେ ସରକାର ସେନାର ୩ ଟି ବିଭାଗରେ ଅଗ୍ନିପଥ ଯୋଜନା ଲାଗୁ କରିଥିଲେ। ଏହି ଯୋଜନା ଅଧିନରେ ଯୁବକମାନଙ୍କୁ ସେନାରେ ସ୍ୱଳ୍ପ ସମୟ ପାଇଁ ସାମିଲ କରାଯାଇଥାଏ । ଏହି ଯୋଜନାରେ ୧୭ ବର୍ଷରୁ ୨୧ ବର୍ଷ ପର୍ଯ୍ୟନ୍ତ ଯୁବକ ଯୁବତୀ ସେନାର ୩ ବିିଭାଗରେ ସାମିଲ ହୋଇପାରିବେ ।

nis-ad
Leave A Reply

Your email address will not be published.