ମୋ ଜେଜେବାପାଙ୍କୁ ଭାରତ ରତ୍ନ ଦେଇଛନ୍ତି, କେଉଁ ମୁହଁରେ ମେଣ୍ଟ ପାଇଁ ମନା କରିଥାନ୍ତି : ଜୟନ୍ତ ସିଂହ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ମୋଦି ସରକାର ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବେ। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ନାତି ତଥା ଆରଏଲଡି ନେତା ଜୟନ୍ତ ଚୌଧୁରୀ । ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ ଦେବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ନେଇ ଜୟନ୍ତ ଚୌଧୁରୀ ଖୁସି ବ୍ୟକ୍ତ କରିଛନ୍ତି। ଏହା ସହିତ ଆରଏଲଡି ମୁଖ୍ୟ ସାମ୍ବାଦିକ ସମ୍ମିଳନୀ କରି ଏକ ବଡ ଘୋଷଣା କରିଛନ୍ତି ।

ଯେତେବେଳେ ଜୟନ୍ତ ଚୌଧୁରୀଙ୍କୁ ପ୍ରଶ୍ନ ପଚରାଯାଇଥିଲା ଯେ ସେ ବିଜେପି ସହ ଯିବେ କି? “ମୁଁ କେଉଁ ମୁହଁରେ ମେଣ୍ଟ ପାଇଁ ମନା କରିଥାନ୍ତି?” ସେ ପ୍ରଶ୍ନ କରିଛନ୍ତି । ମୁଁ ଭାରତର ରାଷ୍ଟ୍ରପତି ଏବଂ ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଉଛି । ଏହି ନିଷ୍ପତ୍ତି ସହ ଦେଶର ଭାବନା ଜଡ଼ିତ ରହିଛି। ଏହା ଦର୍ଶାଉଛି ଯେ ପିଏମ ମୋଦୀ ଦେଶର ଭାବନାକୁ ଭଲ ଭାବରେ ବୁଝିଛନ୍ତି । ଅଜିତ ସିଂହଙ୍କ ସ୍ୱପ୍ନ କୁ ପୂରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

“ସରକାରଙ୍କ ଏହି ନିଷ୍ପତ୍ତି ସହ ଦେଶର ଭାବନା ଜଡିତ । ମୋଦିଜୀ ପ୍ରମାଣ କରିଛନ୍ତି ଯେ ସେ ଦେଶର ମୌଳିକ ଭାବନାକୁ ବୁଝିଛନ୍ତି । ନରେନ୍ଦ୍ର ମୋଦୀ ଏଭଳି ନିଷ୍ପତ୍ତି ନେଇଛନ୍ତି ଯାହା ପୂର୍ବ ସରକାର ଆଜି ପର୍ଯ୍ୟନ୍ତ କରିପାରିନଥିଲେ। ମେଣ୍ଟ ଓ ଆସନ କଥା ନୁହେଁ, ଆଜିର ନିଷ୍ପତ୍ତି ପିଢ଼ି ପିଢ଼ି ମନେ ରହିବ।” ସେ କହିଛନ୍ତି ।

nis-ad
Leave A Reply

Your email address will not be published.