ଦନ୍ତେୱାଡ଼ାରେ ନକ୍ସଲଙ୍କ ବଡ଼ ବଙ୍କର ଠାବ

Naxal_1706677600

ଛତିଶଗଡ଼ ଦନ୍ତେୱାଡ଼ାରେ ନକ୍ସଲଙ୍କର ରହିଛି ବଡ଼ ବଙ୍କର। ଜଙ୍ଗଲ ଭିତରେ ନକ୍ସଲଙ୍କ ଏତେ ବଡ଼ ବଙ୍କର ଦେଖି ପୁଲିସ ଛାନିଆ ହୋଇଯାଇଛି। ଗାଜାରେ ହମାସ ଆତଙ୍କୀଙ୍କ ସୁଡ଼ଙ୍ଗ ଭଳି ମାଟି ତଳେ ସୁଡ଼ଙ୍ଗ ଓ ବଙ୍କର କରିଛନ୍ତି ନକ୍ସଲ।

ଦନ୍ତେୱାଡ଼ାରେ ନକ୍ସଲ ଅପରେସନ ବେଳେ ଏଭଳି ବଙ୍କର ଠାବ କରିଛି ପୁଲିସ। ବଙ୍କର ଉପରକୁ କାଠ ଓ ମାଟିରେ ଘୋଡ଼ାଇ ରଖିଥିଲେ ନକ୍ସଲ। ଯେମିତି କେହି ଜାଣିପାରିବେ ନାହିଁ। ତେବେ ପୁଲିସ ସର୍ଚ୍ଚ ଅପରେସନ ବେଳେ ବଙ୍କର ଓ ସୁଡ଼ଙ୍ଗ ଠାବ କରିଛି। ଏହି ସୁଡ଼ଙ୍ଗରୁ ନକ୍ସଲ ପୁଲିସ ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି ।

ଗତକାଲି ଛତିଶଗଡ଼ର ବସ୍ତର ଅଞ୍ଚଳରେ ବଡ଼ ଧରଣର ନକ୍ସଲ ହମଲାରେ ୩ ଜଣ ସିଆରପିଏଫ ଯବାନ ସହିଦ ହୋଇଥିବା ବେଳେ ୧୪ ଜଣ ଆହତ
ହୋଇଥିଲେ। ଆହତଙ୍କୁ ଜଗଦଲପୁର ଏବଂ ରାୟପୁର ହସପିଟାଲକୁ ଏୟାରଲିଫ୍ଟ କରାଯାଇଛି। ସେହିପରି ଏନକାଉଣ୍ଟରରେ ୬ଜଣ ନକ୍ସଲ ନିହତ ହୋଇଥିବା ବସ୍ତର ଆଇଜି ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.