କଟକର ଏକ ଆଶ୍ରମରେ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ

minor-girl-1

କଟକ : ପୁଣି ଲଜ୍ଜା । ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ । କଟକର ଏକ ଆଶ୍ରମରେ ରହୁଥିବା ଜଣେ ଶିଶୁକନ୍ୟାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଗତ ୨୯ରେ ନାବାଳିକା ଜଣକ ସ୍କୁଲରୁ ଫେରୁଥିବା ବେଳେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଶିଶୁକନ୍ୟାଟିକୁ ଏସସିବିରେ ଭର୍ତ୍ତି କରାଯାଇଛି ।

ଅଭିଯୋଗ ପାଇବା ପରେ କଟକ ରେଳବାଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି । ତେବେ ଅଭିଯୁକ୍ତ ବାବଦରେ ପୋଲିସକୁ ପ୍ରାଥମିକ ଭାବେ କୌଣସି ସୂଚନା ମିଳି ପାରିନାହିଁ । ଶିଶୁଟିର ମାଆଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ବାପା ଏକ ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି । ଶିଶୁଟି ନିଜ ଭାଇ ସହ ଏକ ସର୍ଟ ଷ୍ଟେ ହୋମରେ ରହୁଛି । ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରିଛି ଜିଆରପି ଥାନା । ରେଲୱେ ଡିଏସପିଙ୍କ ନେତୃତ୍ବରେ ୪ ଜଣିଆ ଟିମ୍ ଗଠନ କରାଯାଇଛି । ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ପ୍ରକ୍ରିୟା ଜାରି ରଖିଛି ପୋଲିସ୍ ।

nis-ad
Leave A Reply

Your email address will not be published.