ଆସିକା ବାଲି ମାଫିଆ ନିଦୀବନ୍ଧ ଭାଙ୍ଗି ବାଲି କଲେ ଚୋରା ଚାଲାଣ….!

ସି ସି କେମେରା ଧର୍ମକୁ ଆଖିଠାର..

ଲୋକଙ୍କ ଜୀବନ ସହିତ ଖେଳ ପ୍ରଶାସନ ନିରବ ଦ୍ରଷ୍ଟା…


ବ୍ରହ୍ମପୁର: ୨୭-୧ ସରକାର ନଈ ତଡ଼ ଗ୍ରାମକୁ ବନ୍ୟା ଦାଉରୁ ରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନଦୀବନ୍ଧ ନିର୍ମାଣ କରୁଛନ୍ତି। ଗଞ୍ଜାମ ଜିଲ୍ଲାରେ ଅଧିକାଂଶ ବାଲି ଘାଟ ରହିଛି। ସେଠାରୁ ଅବାଧ ନକଲି ୱାଇ-ଫର୍ମ ରେ ବାଲି ଚାଲାଣ ରୀତିମତ ହେଉଛି। ମଦ ଠାରୁ ବାଲି ବ୍ୟବସାୟ ରେ ମାତ୍ରାଧିକ ଲାଭ ଥିବା ଯୋଗୁଁ ଲକ୍ଷ ଲକ୍ଷ ଟଙ୍କା ବଟି ଦେଇ ଅଫିସର ମାନଙ୍କୁ ହାତବାରିଶି କରି ଏହି ବ୍ୟବସାୟ ଖୁଲାମ ଖୁଲା ଚାଲୁଛି। ଆସିକା ନରସିଂହ ପଲ୍ଲୀ ର ବଡ଼ ନଦୀ ଘାଟରୁ ବେଆଇନ ବାଲି ଚାଲାଣ ସମ୍ପର୍କ ରେ ଗଣମାଧ୍ୟମ ରେ ଖବର ପ୍ରକାଶ ପରେ ଓ ବିଜୁପଟ୍ଟନାୟକ ଛକ ସିସି କେମେରା

ଲାଗିଥିବା ଜଣା ପଡ଼ିବା ପରେ ସେଠାରୁ ବାଲି ଉତ୍ତୋଳନ ବନ୍ଦ ଅଛି।ବର୍ତ୍ତମାନ କିଛି ଦିନ ହେଲା ଆସିକା ବରଗାଁ ନିକଟରେ ଥିବା ବଡ଼ନଦୀ ବନ୍ଧ କୁ କାଟି ସେଠାରୁ ବାଲି ଚାଲାଣ ହେଉଛି। ନଦୀବନ୍ଧ କୁ କାଟି ବାଲି ନେବାକୁ କିଏ ସାହସ କରିଲା ରାଜସ୍ୱ ବିଭାଗ ଓ ପୋଲିସ କଣ କରୁଛି ବୋଲି ଚର୍ଚ୍ଚା ହେଉଛି। ବନ୍ୟା ଦାଉରୁ ସହର ଓ ଗାଁକୁ ସୁରକ୍ଷା ଦେବାକୁ ଥିବା ନଦୀବନ୍ଧ କୁ କାଟିବା ଯାହା ଜଣେ ବ୍ୟକ୍ତିକୁ ହତ୍ୟା କରିବା ଭଳି ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଗଞ୍ଜାମ ଜିଲ୍ଲାପାଳ ତୁରନ୍ତ ଘଟଣା ସ୍ଥଳ କୁ ଆସି ଉକ୍ତ ବେଆଇନ ନଦୀବନ୍ଧ କାଟି ବାଲି ଚାଲାଣ କରୁଥିବା ଘାଟ ବନ୍ଦ କରିବାକୁ ପରିବେଶବିତ୍ତ ମାନଙ୍କ ପକ୍ଷରୁ ଦାବୀ ହେଉଛି।

nis-ad
Leave A Reply

Your email address will not be published.