ସ୍ୱାଭିମାନ ଅଞ୍ଚଳରେ ପାଳନ ହେଲା ବିଜୟ ଦିବସ…

ମାଲକାନଗିରି, ୨୫।୧ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ ବିଜୟ ଦିବସ ପାଳନ କରାଯାଇଛି। ଆସନ୍ତା କାଲି ଭାରତରେ ପାଳନ ହେବ ୭୫ ତମ ସାଧାରଣତନ୍ତ୍ର ଦିବସ,ଏହାର ଗୋଟିଏ ଦିନ ପୂର୍ବରୁ ଆନ୍ଧ୍ର ଓଡିଶା ସୀମାନ୍ତ ଆଦିବାସୀ ଅଧୁଷିତ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳରେ ପାଳିତ ହୋଇଯାଇଛି ବିଜୟ ଦିବସ l ୨୦୨୦ ମସିହା ଜାନୁଆରୀ ମାସରେ ସ୍ୱାଭିମାନ ଅଞ୍ଚଳ ଜନ୍ତୁରାଇ ରେ ମାଓବାଦୀ ଏବଂ ଜନତା ଙ୍କ ମଧ୍ୟରେ ହୋଇଥିଲା ଖଣ୍ଡ ଯୁଦ୍ଧ l ସ୍ୱାଭିମାନ ଅଞ୍ଚଳ ର ତିନିଗୋଟି ଗ୍ରାମ ଯଥା ଜନ୍ତୁରାଇ, ଯୋଡ଼ାମ୍ବ ଏବଂ ସିନ୍ଧିଵାଡ଼ି ଗ୍ରାମର ଲୋକମାନେ ଏକତ୍ର ହୋଇ ମାଓବାଦୀ ଙ୍କ ଅତ୍ୟାଚାର ରେ ଅସହ୍ୟ ହୋଇ ଟେକିଥିଲେ ମୁଣ୍ଡ ଏବଂ ସେମାନେ ଅସତ୍ୟ କୁ ବଳି ଦେଇ ସତ୍ୟପଥରେ ସରକାର ତଥା ପ୍ରଶାସନ କୁ ସହଯୋଗ କରିଥିଲେ।ସେହିସବୁ ଅଞ୍ଚଳ ୨୦୨୦ ମସିହା ଜାନୁଆରୀ ମାସ ୨୫ ତାରିଖ ଦିନ ମାଓବାଦୀ କବଳରୁ ମୁକ୍ତ ହୋଇଥିଲା। ସେହି ସବୁ ଅଞ୍ଚଳ ୨୦୨୦ ମସିହା ଜାନୁଆରି ୨୫ ତାରିଖରେ ସ୍ୱାଧୀନତା ପାଇଥିବା ସ୍ୱାଭିମାନ ଅଞ୍ଚଳ ବାସି ପ୍ରକାଶ କରିବା ସହ ଆଜି ଦିନକୁ ତ୍ରିରଙ୍ଗା ପତାକା ଉଠାଇ ବିଜୟ ଦିବସ ଭାବରେ ପାଳନ କରିଛନ୍ତି l ଉକ୍ତ ବିଜୟ ଉଛବ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ମାଲକାନଗିରି ଏସପି ନୀତେଶ ୱାଧ୍ଵନୀ,ବି ଏସ ଏଫ ଆସିଷ୍ଟାଣ୍ଟ କମାଣ୍ଡଟ ସନ୍ଦେ କୁମାର,ବିରେନ୍ଦ୍ର ପହଲେ, ଯୋଡ଼ମ୍ବ ସରପଞ୍ଚ ପିଙ୍କି ହନ୍ତାଲ, ଓଆଇସି ଯୋଡ଼ାମ୍ବ ଓ ପାପରମେଟେଲା ଉପସ୍ଥିତ ଥିବାବେଳେ ସ୍ୱାଭିମାନ ଅଂଚଳର ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇ ବିଜୟ ଉଛବ ମନାଇଥିଲେ ।ସ୍ୱାଭିମାନ ଅଞ୍ଚଳରୁ ମାଓବାଦୀ ମୁକ୍ତ କରିବାରେ ଓଡ଼ିଶା ପୁଲିସ ଓ ବିଏସଏଫ୍ ର ମୁଖ୍ୟ ଭୂମିକା ରହିଛି। ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଏସଏଫ୍ କ୍ୟାମ୍ପ ସ୍ଥାପନ ହେବାଦ୍ବାରା ଓଡ଼ିଶା ସରକାରଙ୍କ ଦ୍ଵାରା ସ୍ୱାଭିମାନ ଅଞ୍ଚଳରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଜାରିରହିଚି।

nis-ad
Leave A Reply

Your email address will not be published.