ଝରୀଗାଁ ଆଶାକର୍ମୀମାନଙ୍କ ୧୦ଦଫା ଦାବୀ ନେଇ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ…

ଉମରକୋଟ : ଭାରତୀୟ ମଜଦୁର ସଙ୍ଘ ଦ୍ୱାରା ପରିଚାଳିତ ଓଡ଼ିଶାର ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକର ଆଶାକର୍ମୀ ସଙ୍ଘର ଆହ୍ୱାନ କ୍ରମେ ୨୪/୦୧/୨୦୨୪ ରିଖ ଝରୀଗାଁ ବ୍ଲକ ଅଫିସ ସମ୍ମୁଖରେ ପହଂଚି ସେଠାରେ ଶାନ୍ତି ପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ପରେ ଏକ ସଭାର ଆୟୋଜନ ଆଶା କର୍ମୀ ମାନେ କରିଥିଲେ | ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଗ୍ରାମାଞ୍ଚଳର ମାଆ ଓ ଶିଶୁର ବିକାଶ ସହିତ ନିରାପଦ ମାତୃତ୍ୱ ଓ ସମସ୍ତ ମା ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ ଜନ୍ମ କରିବା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟରେ ଆଶାକର୍ମୀମାନେ ନିୟୋଜିତ ହୋଇ ନିଷ୍ଠାର ସହିତ ସେବାୟତ ଥାଇ ସେମାନଙ୍କର କାର୍ଯ୍ୟ ସୁସମ୍ପୂର୍ଣ କରି ଆସୁଛନ୍ତି | ଯାହା ଫଳରେ ମାତୃ ମୃତ୍ୟୁହାର, ଶିଶୁ ମୃତ୍ୟୁହାର ଓ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ ଜନ୍ମ ଲାଭ କରିବାରେ ଉଲ୍ଲେଖନିୟ ଅଗ୍ରଗତି | ତାହା ସ୍ୱତେ ଆଶାକର୍ମୀମାନେ ସବୁଠୁ ସର୍ବନିମ୍ନ ମଜୁରୀ ଓ ସମସ୍ତ ସୁବିଧାରୁ ବଞ୍ଚିତ ଉକ୍ତ ସଭାରେ ଭାରତୀୟ ମଜଦୁର ସଙ୍ଘର ଜିଲ୍ଲା ଉପଦେଷ୍ଟା ପରମେଶ୍ୱର ବିଷୋୟୀ, ଅସ୍ଥାୟୀ ଜିଲ୍ଲା ସମ୍ପାଦକ ବିଷ୍ଣୁ ପ୍ରସାଦ ବିଷୋୟୀ, ଓଡିଶା ରାଜ୍ୟ ଆଶାକର୍ମୀ ସଙ୍ଘର ସଭାନେତ୍ରୀ ଗୀତାଞ୍ଜଳି ହରିଜନ ପ୍ରମୁଖ ଆଶା କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଉଦବୋଧନ ଦେଇ ଆଲୋକପାତ କରିଥିଲେ | ସଙ୍ଘ ତରଫରୁ ଏକ ୧୦ଦଫା ଦାବୀପତ୍ର ମହାମହିମ ରାଜ୍ୟପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ,ପରିବାର କଲ୍ୟାଣ ମନ୍ତ୍ରୀ ଓ ମାନନୀୟା ନିର୍ଦେଶୀକା ଜାତୀୟ ସ୍ୱାସ୍ଥ୍ୟ ମିଶନ ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ଝରୀଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇ ଅଛି | ଉଲ୍ଲେଖ ରହିଥିବା ପ୍ରମୁଖ ଦାବୀ ଗୁଡିକ ମଧ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ସ୍ଥାୟୀ କରାଯିବା, ଆଶାକର୍ମୀଙ୍କ ମାସିକ ଦରମା ୨୨,୦୦୦ ଟଙ୍କା ଦେବା ସହ ଅତିରିକ୍ତ କାର୍ଯ୍ୟ ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରିବା, ଆଶାକର୍ମୀ ମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯାଇ ଇପିଏଫ,ଏ ଏସ ଆଇ ପେନସନ,ଗ୍ରାଚ୍ୟୁଟି ଯୋଗାଇ ଦେବା, ଆଶାକର୍ମୀମାନେ କାର୍ଯ୍ୟରତ ଥିବା ସମୟରେ ସାଧାରଣ ମୃତ୍ୟୁବରଣ କଲେ ୫,୦୦,୦୦୦ଟଙ୍କା ଓ ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ୧୦,୦୦,୦୦୦ଟଙ୍କା,କାର୍ଯ୍ୟରୁ ଅବସର ନେଲେ ୫,୦୦,୦୦୦ଟଙ୍କା ସାଙ୍ଗକୁ ଅବସରକାଳୀନ ସହାୟତା ରାଶି ମାସିକ ପେନସନ ୫,୦୦୦ଟଙ୍କା ପ୍ରଦାନ କରିବା, ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ଯୋଜନାରେ ସାମିଲ କରିବା,ଆଶାକର୍ମୀ ମାନଙ୍କୁ ଟୀକା କରଣ ନିମନ୍ତେ ତାଲିମ ଦେବା, ଯୋଗ୍ୟତାଧାରୀ ଆଶାକର୍ମୀ ମାନଙ୍କୁ ଏଏନଏମ ପଦବୀରେ ନିଯୁକ୍ତି ଦେବା ସମୟରେ ପ୍ରାଥମିକତା, ଯୋଗ୍ୟତାଧାରୀ ଆଶାକର୍ମୀ ମାନଙ୍କୁ ସୁପରଭାଇଜର ପଦବୀରେ ପଦୋନ୍ନତି ଦେବା ଆଦି ପ୍ରମୁଖ ଦାବୀ ଗୁଡିକ ଉଲ୍ଲେଖ ରହିଛି | ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ଆଶାକର୍ମୀ ସଙ୍ଘର ସଭାନେତ୍ରୀ ସନ୍ଧ୍ୟା ମହାରଣା, ଉପ ସଭାନେତ୍ରୀ ତରୁଲତା ଭତରା, ଉପ ସଭାନେତ୍ରୀ ଡମାଏ ଭତରା,ସମ୍ପାଦିକା ଆରତୀ ହରିଜନଙ୍କ ସହିତ ବ୍ଲକର ସମସ୍ତ ଆଶାକର୍ମୀମାନେ ଉପସ୍ଥିତ ରହିଥିଲେ |

nis-ad
Leave A Reply

Your email address will not be published.