ରାଜସ୍ୱ ବିଭାଗ ର ଆଶୀର୍ବାଦ ରେ ପୁଣି ବାଲି ମାଫିଆ ସକ୍ରିୟ….!

ହିଞ୍ଜିଳି ପୋଲିସ ଧରୁଛି ପୁରୁଷୋତ୍ତମପୁର ପୋଲିସ ଗଣୁଛି…!!


ବ୍ରହ୍ମପୁର:୨୫-୧ କିଛି ଦିନର ନୀରବତା ପରେ ପୁଣି ବାଲି ମାଫିଆ ମାନେ ଅବାଧ ରେ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଚୋରାରେ ବାଲି ଚାଲାଣ ଆରମ୍ଭ କରିଛନ୍ତି।ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର, ଆସିକା, ଚିକଟି ଓ ଶେରଗଡ଼ ଅଞ୍ଚଳ ରୁ କେଉଁଠି ନକଲି ୱାଇ ଫର୍ମ ତ କେଉଁଠି ବିନା ୱାଇ ଫର୍ମରେ ଅବାଧ ରେ ଚୋରାରେ ବାଲି ଚାଲାଣ ପୁଣି ଆରମ୍ଭ କରି ଦେଲେଣି ମାଫିଆ ମାନେ।ପୁରୁଷୋତ୍ତମପୁର ଅଞ୍ଚଳ ର ଦାୟିତ୍ୱ ରେ ଥିବା ବାବୁ ନିଜେ ବାଲି ମାଫିଆ ମାନଙ୍କ ସହ ନିଜେ ସମ୍ପୃକ୍ତ ଥିବା ଚର୍ଚ୍ଚା ହେଉଛି। ଖଣିବିଭାଗ ହାତକୁ ବାଲି ପଥର ଖାଦାନ ଚାଲିଯିବା ପରେ ମଧ୍ୟ କେତେକ ତହସିଲଦାର ମାନେ ସିଧା ବାଲି ମାଫିଆ ମାନଙ୍କ ସହ ହାତକୁ ହାତ ମିଶାଇ ଏହି ଚୋରା ବାଲି ଚାଲାଣ ରେ ସହଯୋଗ କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି।ବାଲି ଦର ମାଫିଆ ମାନେ ମନ ଇଚ୍ଛା ଦରରେ ବିକ୍ରି କରୁଥିବା ଯୋଗୁଁ ଏବେ ସାଧାରଣ ଲୋକ ଘର ଖଣ୍ଡେ କରିବାକୁ ବାଲି କ୍ରୟ କରିପାରୁନାହାନ୍ତି।ଏବେ ପୁରୁଷୋତ୍ତମପୁର ରୁ ଦିନ ଦ୍ୱିପହରେ ପୋଲିସ ଓ ରାଜସ୍ବ ବିଭାଗ ର ଜ୍ଞାତ ସାରରେ ଓ ଆଶୀର୍ବାଦ ରେ ପୁଣି ବାଲି ମାଫିଆ ସକ୍ରିୟ….! ହୋଇ ଚୋରା ଚାଲାଣ କଲେଣି ସୂଚନା ଥାଉକୁ କିଛି ଦିନ ତଳେ ହିଞ୍ଜିଳି ପୋଲିସ ଚୋରା ବାଲି ଚାଲାଣ ଗାଡିକୁ ଅଟକ ରଖିବା ବେଳେ ପୁରୁଷୋତ୍ତମପୁର ପୋଲିସ ମାଫିଆ ମାନଙ୍କ ଟଙ୍କା ଗଣୁ ଛି ବୋଲି ଚର୍ଚ୍ଚା ହେଉଛି l ଏହି ଚୋରା ବାଲି ଚାଲାଣ ରେ ଅଧିକାରୀ ମାନଙ୍କ ସମୃକ୍ତି ଥିବା ଯୋଗୁଁ ସରକାର ଲକ୍ଷ ଲକ୍ଷ ଟଙ୍କାର ର ରାଜସ୍ୱ ହରାଉଥିବା ବେଳେ ବାବୁ ମାନେ କୁବେର ହୋଇଥିବା ମଧ୍ୟ ନଜିର ରହିଛି।ପୁରୁଷୋତ୍ତମପୁର ରୁ ଜିଲ୍ଲାର ସଦର ମହକୁମା ନିକଟରେ ରହିଥିଲେ ବି ଏହି ଭଳି ଚୋରା କାରବାର ଖୁଲାମ ଖୁଲା ଚାଲୁଥିବା ଲକ୍ଷ କରାଯାଇଛି। ଜିଲ୍ଲାର ମୁଖ୍ୟତଃ ପୁରୁଷୋତ୍ତମପୁର, ଆସିକା, ଛତ୍ରପୁର, ଚିକିଟି, ଦିଗପହଣ୍ଡି ଅଞ୍ଚଳ ରୁ ବ୍ୟାପକ ଭାବରେ ଚୋରା ବାଲି ଚାଲାଣ ହେଉଥିବା କୁ ନେଇ ପ୍ରତେକ ଦିନ ରୀତି ମତ ଗଣ ମାଧ୍ୟମରେ ଖବର ପ୍ରକାଶିତ ହେଉଛି ତଥାପି ପ୍ରଶାସନ ଚୁପ ବସିଛି l ପ୍ରତ୍ୟେକ ଦିନ ଗଞ୍ଜାମ ଜିଲ୍ଲାରୁ କୋଟି କୋଟି ରାଜସ୍ବ ହରଲୁଟ ହେଉଛି ଯାହାକି ସିଧା ସଳଖ ମାଫିଆ ଓ ସରକାରୀ ବଡ଼ ବାବୁଙ୍କ ପକେଟ କୁ ଯାଉଛି ତେଣୁ ରାଜ୍ୟ ସରକାର ଙ୍କ ଇ ଡି, ଆଇ ଟି,ଓ ଭିଜିଲାସନ୍ସ ବିଭାଗ ର ଯଦି ଜିଲ୍ଲା ପ୍ରତି ପ୍ରତେକ୍ଷ ଦୃଷ୍ଟି ପଡେ ବାଲି ମାଫିଆ ଙ୍କ ସହିତ ଏମାନଙ୍କ ସହ ଯୋଗ କରୁଥିବା ସରକାରୀ ମାଫିଆ ମାନଙ୍କ ଭଦ୍ର ମୁଖା ଖୋଲି ଯାଇଥାନ୍ତା ବୋଲି ବୁଦ୍ଧିଜୀବୀ ତଥା ସାଧାରଣ ରେ ଚର୍ଚ୍ଚା ହେଉଛି..

nis-ad
Leave A Reply

Your email address will not be published.