ଗତବର୍ଷ ଡିସେମ୍ବର ୮ରେ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେଇଥିବା ଅଭିଯୋଗରେ ଲୋକସଭାରୁ ବହିଷ୍କୃତ ହୋଇଥିଲେ ମହୁଆ। ଏହା ପରେ ଜାନୁଆରୀ ୭ ତାରିଖ ସୁଦ୍ଧା ସରକାରୀ ବଙ୍ଗଳା ଖାଲି କରିବାକୁ ତାଙ୍କୁ ଇଷ୍ଟେଟ ନିର୍ଦ୍ଦେଶାଳୟ (Directorate of Estates, DoE) ନୋଟିସ୍ ପଠାଇଥିଲା। ଏହା ସତ୍ତ୍ୱେ ବଙ୍ଗଳା ଖାଲି କରିନଥିଲେ ମହୁଆ।
ଫଳରେ ୧୧ ତାରିଖରେ ଦ୍ୱିତୀୟ ନୋଟିସ୍ ପଠାଇଥିଲା ଇଷ୍ଟେଟ ନିର୍ଦ୍ଦେଶାଳୟ। ଦ୍ୱିତୀୟ ନୋଟିସ୍ ପରେ ମଧ୍ୟ ସରକାରୀ ବଙ୍ଗଳାରେ ରହିବା ପାଇଁ ଅନୁମତି ଦେବାକୁ ମହୁଆ ଡିଇଓକୁ ଏକ ଚିଠି ଲେଖିଥିଲେ। କିନ୍ତୁ ମହୁଆ ସରକାରୀ ବଙ୍ଗଳାରେ ରହିବା ପାଇଁ ଯେଉଁ ଯୁକ୍ତି ବାଢ଼ିଥିଲେ, ତାକୁ ଇଷ୍ଟେଟ ନିର୍ଦ୍ଦେଶାଳୟ ଗ୍ରହଣ କରି ନଥିଲେ। ଏହା ପରେ ଗତ ମଙ୍ଗଳବାର ମହୁଆଙ୍କ ନିକଟକୁ ଡିଇଓ ଆଉ ଏକ ନୋଟିସ୍ ଜାରି କରି ତୁରନ୍ତ ବଙ୍ଗଳା ଖାଲି କରିବାକୁ କହିଥିଲେ।
ଇଷ୍ଟେଟ ନିର୍ଦ୍ଦେଶାଳୟର ନୋଟିସକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମହୁଆ। ଗତକାଲି ଦିଲ୍ଲୀ ହାଇକୋର୍ଟ ଏ ଉପରେ ବିଚାର କରି ତାଙ୍କ ଆବଦେନକୁ ଖାରଜ କରିଦେଇଥିଲେ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ମହୁଆ ରହୁଥିବା ସରକାରୀ ବଙ୍ଗଳାକୁ ଖାଲି କରାଯାଇଛି।