ଏଣେ ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଉଷ୍ମପ୍ରସବନ ଅଟ୍ରିର ଏକାଦଶ ରୁଦ୍ର ହଟନାଥ ହଟକେଶ୍ୱର ମହାଦେବଙ୍କ ପୀଠରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି। ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଲୋକମାନେ କିପରି ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିବେ, ସେଥିପାଇଁ ବି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଠିକ୍ ସେହିପରି ଲିଙ୍ଗରାଜ ମନ୍ଦିର, ଧବଳେଶ୍ବର, ଆଖଣ୍ଡଳମଣି ଓ କପଳାସ ମନ୍ଦିର ସମେତ ଓଡ଼ିଶାର ପ୍ରମୁଖ ଶୈବପୀଠରେ ମଧ୍ୟ ଭକ୍ତଙ୍କ ଜନସମାଗମ ପରିଲକ୍ଷିତ ହୋଇଛି।