ଦକ୍ଷିଣ କୋରିଆର ଜଏଣ୍ଟ୍ ଚିଫ୍ସ୍ ଅଫ୍ ଷ୍ଟାଫ୍ ଏ କଥା ଘୋଷଣା କରିଛନ୍ତି, କିନ୍ତୁ ଏ ସଂକ୍ରାନ୍ତରେ ଅଧିକ ବିବରଣୀ ଦେଇ ନାହାନ୍ତି। ସେ କହିଛନ୍ତି, ଉତ୍ତର କୋରିଆ ପୂର୍ବ ସାଗର ବା ଜାପାନ ସାଗର ଆଡ଼କୁ ଗୋଟାଏ ଅଜ୍ଞାତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି।
ଉକ୍ତ କ୍ଷେପଣାସ୍ତ୍ର କେତେ ଦୂର ଗତି କରିଛି ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ, ଜାପାନ ତଟରକ୍ଷୀ କହିଛି, ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରି ମନେ ହେଉଥିବା ଗୋଟାଏ କ୍ଷେପଣାସ୍ତ୍ର ଉତ୍ତର କୋରିଆରୁ ନିକ୍ଷେପ କରାଯାଇଛି। କ୍ଷେପଣାସ୍ତ୍ରଟି ପାଣିରେ ପଡ଼ିଛି।
ଜାପାନୀ ସମ୍ବାଦ ପ୍ରସାରଣକାରୀ ‘ଏନ୍ଏଚ୍କେ’ କହିଛି ଯେ, କ୍ଷେପଣାସ୍ତ୍ରଟି ଦେଶର ‘ଏକ୍ସ୍କ୍ଲୁସିଭ୍ ଇକୋନମିକ୍ ଜୋନ୍’ରେ ବାହାରେ ପଡ଼ିଛି। ଏହା ହେଉଛି ଜାପାନୀ ସ୍ଥଳଭାଗକୁ ବେଢ଼ିଥିବା ସାମୁଦ୍ରିକ ଅଞ୍ଚଳ।
ଡିସେମ୍ବର ମଧ୍ୟ ଭାଗରେ ଉତ୍ତର କୋରିଆ ପ୍ରଥମେ ‘ହ୍ବାସଙ୍ଗ୍-୧୮’ କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷଣ କରିଥିଲା। ଏହି କ୍ଷେପଣସ୍ତ୍ର ଆମେରିକାର ମେନ୍ଲାଣ୍ଡ୍ରେ ପହଞ୍ଚିବା ଲକ୍ଷ୍ୟରେ ନିର୍ମାଣ କରାଯାଇଛି। ଏହା ହେଉଛି ଉତ୍ତର କୋରିଆ ନିର୍ମାଣ କରୁଥିବା ଦୂରଗାମୀ କ୍ଷେପଣାସ୍ତ୍ରଗୁଡ଼ିକ ମଧ୍ୟରେ ସବୁଠୁ ଆଧୁନିକ।