ପରିକ୍ରମା ପ୍ରକଳ୍ପରେ ମନ ମୋହୁଛି ସବୁଜବଳୟ…

86b36916-03f5-4ed7-b3ad-4d9a1420581b-750x430

ପୁରୀ: ବହୁ ବର୍ଷର ଅପେକ୍ଷା ପରେ ଶେଷରେ ମହାପ୍ରଭୁଙ୍କ ଇଚ୍ଛାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶେଷ ହୋଇଛି। ଖଣ୍ଡୋଲାଇଟ୍‌ ପଥରରେ ନିର୍ମିତ କଳାକୃତି କଳିଙ୍ଗ ଉତ୍କର୍ଷ କଳାର ଗାଥା ବଖାଣୁଛି । ଆଉ ମାତ୍ର ୫ଦିନ ଅର୍ଥାତ୍ ଜାନୁଆରୀ ୧୭ତାରିଖରେ ଲୋକାର୍ପଣ ହେବ ଏହି ଐତିହାସିକ ପ୍ରକଳ୍ପ । ତେବେ ଏହି ପ୍ରକଳ୍ପରେ ମହାପ୍ରଭୁଙ୍କ ସହ ଜଡ଼ିତ ଥିବା ଟିକିନିଖି କଥାକୁ ଗୁରୁତ୍ବ ଦିଆଯାଇଛି । ପ୍ରକଳ୍ପର ୫୫ ମିଟର ବଫର୍‌ ଜୋନ୍‌ ମଧ୍ୟରୁ ୧୯ମିଟର ଅଞ୍ଚଳରେ ସବୁଜବଳୟ ସୃଷ୍ଟି କରାଯାଇଛି । ଯାହା ପ୍ରକଳ୍ପର ଶୋଭା ବୃଦ୍ଧି କରୁଛି ।

ସବୁଠାରୁ ବଡ଼ କଥା ହେଲା, ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ୧୨୦ ପ୍ରଜାତିର ଛୋଟ ଓ ବଡ଼ ପ୍ରାୟ ଲକ୍ଷେ ଗଛ ଲଗାଯାଉଛି । ବଫର ଜୋନ୍‌ ୫ ମିଟର ମଧ୍ୟରେ ଶ୍ରୀଜିଉଙ୍କ ଦୈନନ୍ଦିନ ଭୋଗ ପୂଜାରେ ଲାଗୁଥିବା ଛୋଟ ଗଛ ଲଗାଯାଉଛି । ଏଥିରେ ମହାପ୍ରଭୁଙ୍କ ପ୍ରିୟ ତଥା ଶ୍ରୀମନ୍ଦିରର ପ୍ରତିଟି ନୀତିକାନ୍ତିରେ ବ୍ୟବହାର ହେଉଥିବା ତୁଳସୀ ଲଗାଯାଇଛି । ତୁଳସୀ ବିନା ଜଗନ୍ନାଥଙ୍କ କୌଣସି କାର୍ଯ୍ୟ ସମ୍ପୂର୍ଣ ହୁଏ ନାହିଁ । ସ୍ୱୟଂ ପ୍ରଭୁ ଜଗନ୍ନାଥ ତୁଳସୀଙ୍କୁ ମସ୍ତକ, ହୃଦୟରେ ଧାରଣ କରିଥାନ୍ତି । ତୁଳସୀ ପତ୍ର ବିନା ମହାପ୍ରଭୁଙ୍କ ମହାପ୍ରସାଦ ଲାଗି ହେଇପାରେନାହିଁ । ଫୁଲ ମାଳ ସହ ତୁଳସୀ ମାଳ ମଧ୍ୟ ଶ୍ରୀଜଗନ୍ନାଥଙ୍କ ଗଳାରେ ଓ ହସ୍ତରେ ଶୋଭା ପାଇଥାଏ। ଏହି ସମସ୍ତ ବିଷୟକୁ ଧ୍ୟାନରେ ରଖି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ତୁଳସୀକୁ ସ୍ୱତନ୍ତ୍ର ମର୍ଯ୍ୟାଦା ଦିଆଯାଇଛି। ପରିକ୍ରମା ପ୍ରକଳ୍ପରେ ବିଭିନ୍ନ ସ୍ଥାନରେ ପ୍ରଭୁଙ୍କ ଅତିପ୍ରିୟ ତୁଳସୀ ଗଛ ରୋପଣ କରାଯାଇଛି । ତୁଳସୀ ଗଛ ସହ କାମିନୀ, ମଲ୍ଲୀ, ହେନା, ଜୁଇ, ଟଗର, ଟରାଟ, ସୁଗନ୍ଧରାଜ, କୁନ୍ଦମଲ୍ଲୀ, ରେଡ ଆଲ୍ଡର, ଗ୍ରିନ ଆଲ୍ଡର, ପେଣ୍ଟାସ, ସିଜିୟମ, ଇକ୍ଜୋରା, ରୋଇଓ, ଆମାଜନ ବ୍ଲୁ ଓ ପାଣ୍ଡାନସ ଭଳି ଗଛ ଶୋଭା ପାଉଛି।

nis-ad
Leave A Reply

Your email address will not be published.