ମେଡିକାଲ ଛାତ୍ରୀ ଯୌନ ନିର୍ଯାତନାର ଶିକାର; ଅଭିଯୁକ୍ତ ଅଧିକାରୀଙ୍କୁ କ୍ୟାମ୍ପସ୍‌ ମନା…

IMAGE_1703778743

ଗୋରଖପୁର : ଯୌନ ନିର୍ଯାତନାର ଶିକାର ହୋଇଥିବା ପରି ସାଂଘାତିକ ଅଭିଯୋଗ ଆଣିଲେ ମେଡିକାଲ ଛାତ୍ରୀ। ନିଜ କଲେଜର ଜଣେ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଛାତ୍ରୀଜଣକ ଏପରି ଅଭିଯୋଗ ଆଣିବା ପରେ କ୍ୟାମ୍ପସ୍‌ରେ ଚହଳ ସୃଷ୍ଟି ହୋଇଛି। ଏପରି ଘଟଣା ଗୋରଖପୁରସ୍ଥିତ ଏମ୍ସରେ ଘଟିଛି।
ଗତ ଡିସେମ୍ବରରେ ଏହି ଘଟଣା ଘଟିଥିବା ଜଣାଯାଇଛି। ଉକ୍ତ ସମୟରେ ଛାତ୍ରୀଜଣକ ଡିପ୍ରେସନର ଶିକାର ହୋଇଥିଲେ। ଅସୁସ୍ଥତା ହେତୁ ଡିସେମ୍ବର ୧୭ ତାରିଖରେ ସେ ହସ୍ପିଟାଲରେ ଆଡମିଟ ହୋଇଥିବା ବେଳେ ତାହା ପରଦିନ ଡିସଚାର୍ଜ ହୋଇଥିଲେ। ଉକ୍ତ ଦିନ ସେ ଅଧିକାରୀଙ୍କୁ ସାକ୍ଷାତ କରିବାକୁ ତାଙ୍କ କ୍ୟାବିନକୁ ଯାଇଥିଲେ। ସେଠାରେ ଅଧିକାରୀଜଣକ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଛନ୍ତି।
ଏ ନେଇ ଛାତ୍ରୀଜଣକ କଲେଜ ମୁଖ୍ୟଙ୍କ ନିକଟରେ ଅଭିଯୋଗ କରିଥିଲେ। ପରେ ଏହାର ତଦନ୍ତ ନିମନ୍ତେ ଏକ ୯ ଜଣିଆ ଆଭ୍ୟନ୍ତରୀଣ କମିଟି ଗଠିତ ହୋଇଛି। ଗତ ୯ ତାରିଖରେ ଉକ୍ତ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯିବା ସହ ଏମ୍ସ କ୍ୟାମ୍ପସରେ ପ୍ରବେଶ କରିବାକୁ ବାରଣ କରାଯାଇଛି।
ଏଥିସହ ଘଟଣାର ତଦନ୍ତ ସରି ନ ଥିବାରୁ ଗୋରଖପୁର ଛାଡ଼ି ନ ଯିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଏମ୍ସ ଗୋରଖପୁରର ଏକଜିକ୍ୟୁଟିଭ ଡାଇରେକ୍ଟର ଗୋପାଳ କୃଷ୍ଣ ପାଲ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.