ଇମ୍ରାନ ଖାନଙ୍କୁ ମେ ୯, ୨୦୨୩ ରେ ଇସଲାମାବାଦ ହାଇକୋର୍ଟ ପରିସରରୁ ଗିରଫ କରାଯାଇଥିଲା। ୨୦୧୮ ରୁ ୨୦୨୨ ପର୍ଯ୍ୟନ୍ତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିବା ଖାନ ବିଦେଶରୁ ବେଆଇନ ଉପହାର ଏବଂ ସମ୍ପତ୍ତି ଗ୍ରହଣ କରାଯାଇଥିବା ଅଭିଯୋଗ ହୋଇଥିଲା। ମେ ୯ ରେ ତାଙ୍କୁ ଗିରଫ କରାଯିବା ପରେ ପାକିସ୍ତାନରେ ବିରୋଧ ଓ ଦଙ୍ଗା ଆରମ୍ଭ ହୋଇଥିଲା | ତାଙ୍କ ସମର୍ଥକ ତଥା ଦଳର କର୍ମୀମାନେ ତାଙ୍କ ମୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଥିଲେ | ଏହି ସମୟରେ ଇମ୍ରାନଙ୍କ ସମର୍ଥକମାନେ ଲାହୋରର ଜେନେରାଲ ମୁଖ୍ୟାଳୟ (ଜିଏଚ୍କେ) ଉପରେ ଆକ୍ରମଣ କରିଥିଲେ। ଏହି ଦଙ୍ଗା ପାଇଁ ଇମ୍ରାନ ଖାନଙ୍କୁ ଦାୟୀ କରାଯାଇଥିଲା ଏବଂ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା। ଏହା ବ୍ୟତୀତ ଆତଙ୍କବାଦ ନିରୋଧୀ ଆଇନ (ଏଟିଏ) ଏବଂ ଅନ୍ୟାନ୍ୟ ଆଇନ ଅନୁଯାୟୀ ୫ ହଜାର ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ତେବେ ଇମ୍ରାନ ଏବେ ପୁଣି ଗିରଫ ହୋଇଥିବାରୁ ନିର୍ବାଚନରେ ଲଢ଼ିପାରିବେ ନାହିଁ ବୋଲି ଜଣାପଡିଛି |