ହୋଟେଲରେ ପୁଅକୁ ମାରି ସୁଟକେସରେ ଭର୍ତ୍ତି କରି ନେଇଗଲା ମାଆ…

mother

ଆଜି ଦିନ ତମାମ ଏକ ଖବର ଭାରି ଚର୍ଚ୍ଚାରେ ରହିଛି । ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି ଜଣେ ଚର୍ଚ୍ଚିତ ମହିଳାଙ୍କ ଚେହେରା । ଆପଣ ଦେଖୁଥିବା ଏ ମହିଳା ଜଣଙ୍କ ନିଜ ସ୍ୱାମୀର ପ୍ରତିଶୋଧ ନିଜ ଜନ୍ମ କଲା ପୁଅ ଠାରୁ ନେଇଛନ୍ତି । ସ୍ୱାମୀ ଉପରେ ଏତେ ରାଗ ଲାଗିଲା ଯେ ସେ ତାଙ୍କ ଜନ୍ମ କଲା ପୁଅକୁ ମାରିବାକୁ ପଛାଇଲେନି । କେମିତି? କେମିତି ଏ ମାଆ । ଜଣେ ମାଆ ହୋଇ କେମିତି ମାରିପାରିବ ନିଜ ଗର୍ଭରୁ ଜନ୍ମ କରିଥିବା ପୁଅକୁ । ଖାଲି ସେତିକି ନୁହେଁ ଏ ରାକ୍ଷସୀ ମାଆ ପୁଅକୁ ମାରି ସୁଟକେସରେ ବି ଭର୍ତ୍ତି କରାଇନେଇଗଲେ । ଯେମିତି କେହି କିଛି ଜାଣିପାରିବେନି କାହାକୁ ସନ୍ଦେହ ହେବନି । ଏ ମାଆ ବିଷୟରେ ଜାଣିଲେ ଆପଣଙ୍କ ରକ୍ତ ବି ଗରମ ହୋଇଯିବ । ଆପଣ ବି ଛି ଛି କହିବେ ସେ ମାଆକୁ ।

ଆଜ୍ଞା ଆପଣ ଯେଉଁ ଏ ମହିଳାଙ୍କୁ ଦେଖୁଛନ୍ତି ଏ ବି ଉଚ୍ଚଶିକ୍ଷିତା ଏବଂ ଏକ ଷ୍ଟାର୍ଟଅପ୍‌ କମ୍ପାନୀର ସିଇଓ ମଧ୍ୟ । କିନ୍ତୁ ରାଗ ଆଜି ତାଙ୍କୁ ବନ୍ଧାଇଦେଇଛି ପୋଲିସ ହାତରେ । ସ୍ୱାମୀ ପାଇଁ ୪ ବର୍ଷର ପୁଅକୁ ହତ୍ୟା । ନିଜ ଜନ୍ମକଲା ପୁଅକୁ ହତ୍ୟା କରିଛି ଜଣେ ନୃଶଂସ ମାଆ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ । ଅଭିଯୁକ୍ତ ଜଣଙ୍କ ହେଲେ ବେଙ୍ଗାଲୁରୁର ଏକ ଷ୍ଟାର୍ଟଅପ୍ କମ୍ପାନୀର ସିଇଓ ସୂଚନା ସେଠ୍ । ସେ ତାଙ୍କ ୪ ବର୍ଷର ପୁଅକୁ ଗୋଆର ଏକ ହୋଟେଲରେ ହତ୍ୟା କରିସାରିବା ପରେ ଏକ ସୁଟକେସରେ ଭର୍ତ୍ତି କରି ବେଙ୍ଗାଲୁରୁ ଫେରୁଥିଲେ ।

ତେବେ କହିବାକୁ ଚାହିଁବୁ ଯେ ସୂଚନା ସେଠ୍ ବେଙ୍ଗାଲୁରୁର ଏକ AI ଷ୍ଟାର୍ଟଅପ୍ କମ୍ପାନୀରେ ସିଇଓ ଭାବେ କାର୍ଯ୍ୟରତ ଥିଲେ । ୨୦୧୦ ମସିହାରେ ସେ ବିବାହ କରିଥିଲେ ଏବଂ ୨୦୧୯ରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ତେବେ କୌଣସି କାରଣ ବଶତଃ ୨୦୨୦ରେ ସୂଚନା ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା । କିନ୍ତୁ ପିତା ତାଙ୍କ ସନ୍ତାନକୁ ପ୍ରତି ରବିବାର ଭେଟିପାରିବେ ବୋଲି କୋର୍ଟ ରାୟ ଶୁଣାଇଥିଲେ । କୋର୍ଟଙ୍କ ଏହି ରାୟକୁ ନେଇ ଅସନ୍ତୁଷ୍ଟ ଥିଲେ ସୂଚନା । ଏନେଇ ସେ ଅନେକ ଥର ବାପା ପୁଅଙ୍କୁ ଭେଟ ନ କରେଇବା ପାଇଁ ଷଡ଼ଯନ୍ତ୍ର ରଚି ଆସୁଥିଲେ । ନିକଟରେ ସେ ତାଙ୍କ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଚଳିତ ବର୍ଷ ଜାନୁଆରୀ ୬ ରେ ନିଜ ୪ ବର୍ଷର ପୁଅ ସହ ଗୋଆର ଏକ ହୋଟେଲ ପହଂଚିଥିଲେ ।

ଜାନୁଆରୀ ୭ ରବିବାର ଥିବାରୁ ପିତା ତାଙ୍କ ପୁଅକୁ ଭେଟିଥାନ୍ତେ । କିନ୍ତୁ ଏହା ପୂର୍ବରୁ ହିଁ ସୂଚନା ହୋଟେଲ ରୁମରେ ଅତି ନିର୍ଦୟୀ ଭାବେ ପୁଅର ହତ୍ୟା କରିଥିଲେ । ଏହା ପରେ ସେ ପୁଅର ମୃତ ଦେହକୁ ଏକ ସୁଟକେସରେ ଭର୍ତ୍ତି କରି ହୋଟେଲ ଷ୍ଟାଫ୍ ଦ୍ୱାରା ବୁକ୍ କରାଯାଇଥିବା କ୍ୟାବ୍ ଦ୍ୱାରା ସଡ଼କ ମାର୍ଗରେ ବେଙ୍ଗାଲୁରୁ ପାଇଁ ପ୍ରସ୍ଥାନ କରିଥିଲେ । ତେବେ ଉକ୍ତ ମହିଳା ଜଣଙ୍କ ଚେକ୍ ଆଉଟ୍ କରିବା ପରେ ହୋଟେଲ ଷ୍ଟାଫ୍ ଉକ୍ତ ମହିଳା ରହୁଥିବା କକ୍ଷ ସଫା କରିବା ସମୟରେ ଖଟରେ ରକ୍ତ ଛିଟା ଦେଖି ସନ୍ଦେହ କରିଥିଲେ ଏବଂ ହୋଟେଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ । ଏନେଇ ପୋଲିସକୁ ତୁରନ୍ତ ଖବର ଦିଆଯାଇଥିଲା ଓ କ୍ୟାବ ଡ୍ରାଇଭରଙ୍କ ସହ ଯୋଗ।।ଯୋଗ କରାଯାଇଥିଲା । ପରବର୍ତ୍ତୀ ସମୟରେ କ୍ୟାବ ଡ୍ରାଇଭର ଜଣଙ୍କ ନିକଟସ୍ଥ ଚିତ୍ରଦୁର୍ଗ ପୋଲିସ ଷ୍ଟେସନରେ ଏହି ମାମଲାର ରିପୋର୍ଟ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା ।

ତେବେ କେମିତି ଜଣେ ମାଆ ଏମିତି କରିପାରିଲା । ଏତେ ଉଚ୍ଚ ଶିକ୍ଷିତା ହୋଇ ଏତେ ଭଲ କମ୍ପାନୀରେ ଚାକିରି କରି ଏମିତି କାମ । ଏସବୁ ସେହି କ୍ରୋଧ ପାଇଁ । ନିଜ ରାଗକୁ ନିୟନ୍ତ୍ରଣ କରିନପାରି ନିଜ ଜନ୍ମ କଲା ପୁଅକୁ ମାରିଦେଲା ଏ ନିର୍ଦ୍ଦୟୀ ମାଆ ।

nis-ad
Leave A Reply

Your email address will not be published.