ଜାନୁଆରି ୧୭ ତାରିଖରେ ରାମଲଲାଙ୍କ ପ୍ରତିମା କେବଳ ରାମଜନ୍ମଭୂମି ପରିସରରେ ହିଁ ଭ୍ରମଣ କରାଯିବ। ଏହି ପ୍ରସଙ୍ଗରେ ଟ୍ରଷ୍ଟ ଏକ ବୈଠକର ଆୟୋଜନ କରିଥିଲା। ଏଥିରେ ଆଲୋଚନା କରାଯାଇଥିଲା କି, ରାମଲଲାଙ୍କ ନୂତନ ପ୍ରତିମା ନଗର ଭ୍ରମଣ କରିବା ସମୟରେ ଭକ୍ତ ଓ ତୀର୍ଥଯାତ୍ରୀମାନେ ଦର୍ଶନ କରିବା ପାଇଁ ପ୍ରବଳ ଭିଡ଼ ଜମାଇବେ। ଏହି ଭିଡ଼କୁ ନିୟନ୍ତ୍ରଣ କରିବା ପ୍ରଶାସନ ପାଇଁ ସମସ୍ୟା ହୋଇପାବେ। ତେଣୁ ଏହି କାର୍ଯ୍ୟକ୍ରମକୁ ରଦ୍ଦ କରାଯିବାର ନିଷ୍ପତ୍ତି ନିଆଯାଇଥିଲା।
ସୂଚନାଯୋଗ୍ୟ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍ଏସ୍) ଦେଶର କୋଟିକୋଟି ଶ୍ରଦ୍ଧାଳୁଙ୍କୁ ଜାନୁଆରି ୨୨ ତାରିଖରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ବିରାଜିତ ହୋଇଥିବା ରାମଲଲାଙ୍କ ଦର୍ଶନ କରାଇବେ। ପ୍ରତ୍ୟେକ ଦିନ ସଂଘ ଦୁଇରୁ ଅଢ଼େଇଲକ୍ଷ ଶ୍ରଦ୍ଧାଳୁଙ୍କୁ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରାଇବା ପାଇଁ ଅଯୋଧ୍ୟା ପହଞ୍ଚିବ। ଏହି କାର୍ଯ୍ୟାକ୍ରମ ଜାନୁଆରି ୨୬/ ୨୭ ତାରିଖରୁ ଆରମ୍ଭ ହେବ।