ଗଞ୍ଜାମ :ଦୁର୍ନୀତିର ସିଂହାସନ ରେ ଡ୍ରଗ୍ସ ବିଭାଗ..!, ଔଷଧ ବିକ୍ରି ନାମରେ ଲୋକଙ୍କୁ କରୁଛନ୍ତି ଲୁଟ…


ବ୍ରହ୍ମପୁର: ୭-୧ ଗଞ୍ଜାମ ଜିଲ୍ଲାର ଅଧିକାଂଶ ସହରାଞ୍ଚଳ ରେ ବିଭିନ୍ନ ରୋଗରେ ପୀଡିତ ରୋଗିଙ୍କୁ ଔଷଧ ବିକ୍ରି ବେଳେ ଶୋଷଣ କରାଯାଉଥିବା ଅଭିଯୋଗ ହେଉଛି। ଚଣା ମୁଢି ଭଳି ଔଷଧ ଦୋକାନ ପାଇଁ ଭିତ୍ତି ଭୂମି ନ ଦେଖି କିଛି ଅର୍ଥ ଲୋଭ ରେ ଡ୍ରଗ୍ସ ଲାଇସେନ୍ସ ଦିଆଯାଉଥିବ ଯୋଗୁଁ ଏବେ କେତେକ ଔଷଧ ଦୋକାନୀଙ୍କ ଶୋଷଣର ଶିକାର ହେଉଛନ୍ତି ଲୋକେ ବୋଲି ଚର୍ଚ୍ଚା ହେଉଛି। ଅଧିକାଂଶ ଔଷଧ ଦୋକାନ ରେ ଫାର୍ମାସିଷ୍ଟ ନରହି ଅନଭିଜ୍ଞ ଲୋକଙ୍କ ଦ୍ୱାରା ଔଷଧର ବିକ୍ରିବଟା ହେଉଥିବା ଅଭିଯୋଗ ହେଉଛି। ଏହିଭଳି କିଛି ମେଡିକାଲ ଷ୍ଟୋର ରହିଛି ଯେଉଁଠି ଡାକ୍ତର ଙ୍କ ଚିଠା ବିନାବି ଔଷଧ ଦେଉଥିବା ନଜରକୁ ଆସୁଛି l ସୂଚନା ଥାଉକି ଗଞ୍ଜାମ ଜିଲ୍ଲାର ଡ୍ରଗ୍ସ ବିଭାଗ ର ବଡ଼ ବାବୁ କେଉଁଠି ରହୁଛନ୍ତି, ତାହାର ଠିକଣା ମିଳୁନଥିବା ଚର୍ଚ୍ଚା ହେଉଛି। ବାବୁଙ୍କ ପାଖକୁ ଦଲାଲଙ୍କ ଜରିଆରେ ଯାହା ନେଣ ଦେଣ ପ୍ରତି ମାସରେ ସୁରୁଖୁରୁରେ ଚାଲିଥିବା ଯୋଗୁଁ ଆଜି ଲୋକେ ଶୋଷଣ ର ଶିକାର ହେଉଥିବା ମଧ୍ୟ ଚର୍ଚ୍ଚା ହେଉଛି। ଦୀର୍ଘ ଦିନ ହେଲା ଗଞ୍ଜାମ ଜିଲ୍ଲାରେ ଥିବା ଔଷଧ ଦୋକାନ ଉପରେ ଚଢ଼ାଉ ହୋଇନଥିବା ମଧ୍ୟ ଅଭିଯୋଗ ହେଉଛି। ଭାଗ୍ୟକୁ ଆସିଥିବା ରୋଗ ନେଇ ଡାକ୍ତର ପାଖକୁ ଯାଇ ଔଷଧ କ୍ରୟ ବେଳେ କେତେକ ଦୋକାନୀ ଜେନେରିକ ଔଷଧ କୁ ନିଜ ଇଚ୍ଛାରେ ବିକ୍ରି କରୁଥିବା ଦେଖିବାକୁ ମୁଳୁଛି। ଅଧିକାଂଶ କରି ଜେନେରିକ ଔଷଧ ଉପରେ ଦୋକାନୀ ସ୍ୱଳ୍ପ ମୂଲ୍ୟରେ କ୍ରୟ କରୁଥିବା ବେଳେ ମାତ୍ରାଧିକ ଏମ.ଆର.ପି ଲେଖା ଯାଉଥିବା ଯୋଗୁଁ ଲୋକେ ଔଷଧ କ୍ରୟ ବେଳେ ଠକାମୀର ଶିକାର ହେଉଥିବା ମଧ୍ୟ ଚର୍ଚ୍ଚା ହେଉଛି। ଜେନେରିକ ମେଡ଼ିସେନ ଉପରେ ଯାହା ଏମ. ଆର.ପି ରହୁଛି ସେଥିରୁ କିଏ ଦଶ ପ୍ରତିଶତ ରୁ ତିରିଶି ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେଉଥିବା ମଧ୍ୟ ଦେଖିବାକୁ ମୁଳୁଛି। ଜେନେରିକ ଔଷଧ ପ୍ରସ୍ତୁତି କମ୍ପାନୀ ମାନେ ମାତ୍ରାଧିକ ଏମ.ଆର.ପି ଲେଖିବା ଫଳରେ ଏହାର ଫାଇଦା ଦୋକାନୀ ନେଉଥିବା ବେଳେ ରୋଗୀ ବିଚରା ଏହାର ଠକାମୀର ଶିକାର ହେଉଥିବା ମଧ୍ୟ ଚର୍ଚ୍ଚା ହେଉଛି। ଏହି ଠକାମୀ କୁ ରୋକ ଲଗାଇବା ଦାୟିତ୍ୱ ରେ ଥିବା ବାବୁ ମାନେ ଶୀତତାପ ନିୟନ୍ତ୍ରଣ କକ୍ଷରେ ରହିବା ଯୋଗୁଁ ରୋଗୀ ହନ୍ତସନ୍ତ ସାଙ୍ଗକୁ ଔଷଧ କ୍ରୟ କରି ଲୋକେ ଠକାମୀ ସାଙ୍ଗକୁ ନିମ୍ନ ମାନର ଔଷଧ ଅସଲି ଟଙ୍କା ଦେଇ କ୍ରୟ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଚର୍ଚ୍ଚା ହେଉଛି।ଔଷଧ ଦୋକାନୀ ଯାହା ଦାମ କହିଲା ରୋଗୀ କିଣିବାକୁ ବାଧ୍ୟ ହେଉଛି,ଏହାର ସୂତ୍ର ଧର ମଧ୍ୟ ସାଜିଛନ୍ତି ଡାକ୍ତର, ମୁଖ୍ୟତଃ ଡାକ୍ତର ମାନେ ଏଠାରେ ମୁଖ୍ୟ ଦଲାଲ କହିଲେ କିଛିବି ଭୁଲ ହେବ ନାହିଁ l ଗଞ୍ଜାମ ଜିଲ୍ଲାରେ କୋଣ ଅନୁକୋଣ ରେ ଚାଲିଥିବା ଏହି ଶୋଷଣ କାରବାର କୁ ରୋକ ଲଗାଇବା ସହ କୁବେର ବାବୁ ମାନଙ୍କ ସମ୍ପତ୍ତି ଯାଞ୍ଜ କରିବାକୁ ସଚେତନ ମହଲ ରେ ଦାବୀ ହେଉଛି। ଏହି ଠକାମୀ ଯୋଗୁଁ ରୋଗୀ ହନ୍ତସନ୍ତ ହେବା ସହ ରୋଗରେ ଲକ୍ଷଣ ବଢୁଛି ବୋଲି ଚର୍ଚ୍ଚା ହେଉଛି। ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଏହି ଭଳି ଠକାମୀ କରୁଥିବା ବ୍ୟବସାୟୀ ଓ ଅଧିକାରୀ ମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ବୁଦ୍ଧିଜୀବୀ ମହଲ ରେ ଦାବୀ ହେଉଛି। ଏବଂ ରାଜ୍ୟ ସରକାର ଏଥି ପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବି ହେଉଛି.. I

nis-ad
Leave A Reply

Your email address will not be published.