ଆଜି ଆକ୍ରମଣ କରିଛନ୍ତି, କାଲି ହତ୍ୟା ବି କରିଦେଇପାରନ୍ତି: ଅଧୀର ରଞ୍ଜନ

780791-adhir-ranjan-mamata-banerje

କୋଲକାତା: ପଶ୍ଚିମବଙ୍ଗରେ ଇଡି ଟିମ ଉପରେ ଆକ୍ରମଣ ନେଇ ତୃଣମୂଳ କଂଗ୍ରେସ ଉପରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଜୋରଦାର ଆକ୍ରମଣ କରିଛନ୍ତି | ସିଟ୍ ସେୟାରିଂ ନେଇ ମମତା ବାନାର୍ଜୀଙ୍କୁ କ୍ରମାଗତ ଭାବେ ଆକ୍ରମଣ କରୁଥିବା ଅଧୀର ବର୍ତ୍ତମାନ ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇ ଟିଏମସି ସରକାରକୁ ଘେରିଛନ୍ତି | ଶୁକ୍ରବାର ପଶ୍ଚିମବଙ୍ଗରେ ଇଡି ଟିମ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ ଇଡି ଅଧିକାରୀଙ୍କ ଉପରେ ଟିଏମସି ଗୁଣ୍ଡାଙ୍କ ଆକ୍ରମଣ ପରେ ଏହା ସ୍ପଷ୍ଟ ଯେ ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି | ଆଜି ଇଡି ଅଧିକାରୀ ଆହତ ହୋଇଛନ୍ତି, କାଲି ତାଙ୍କୁ ହତ୍ୟା କରିଦିଆଯାଇପାରେ |

ତାଙ୍କର ହତ୍ୟା ହୋଇଗଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ | ଆକ୍ରମଣକୁ ନେଇ ଟିଏମସି ସାଂସଦ ଶାନ୍ତନୁ ସେନ କହିଛନ୍ତି ଯେ କେନ୍ଦ୍ରୀୟ ବାହିନୀ, କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିର ଅଧିକାରୀମାନେ ସ୍ଥାନୀୟ ଲୋକଙ୍କୁ ଅପମାନିତ କରିଥିଲେ, ସେଥିପାଇଁ ସ୍ଥାନୀୟ ଲୋକ ପ୍ରତିକ୍ରିୟା ପ୍ରକାଶ କରିଥିଲେ | ପ୍ରକୃତ କଥା ହେଉଛି ଯେ ପ୍ରତିଦିନ ଦିଲ୍ଲୀରୁ ଏଭଳି ଗଭୀର ଷଡଯନ୍ତ୍ର ପ୍ରସ୍ତୁତ ହେଉଥିବାର ଦେଖି ଭାରତବାସୀ ନିରାଶ ହୋଇଛନ୍ତି। ପଶ୍ଚିମବଙ୍ଗରେ ଟିଏମସି ମାମଲାରେ ମଧ୍ୟ ଏଭଳି ଘଟଣା ଘଟୁଛି। ଉଲ୍ଲେଖ ଥାଉ କି ଯେ ରାସନ ସାମଗ୍ରୀ ଦୁର୍ନୀତି ଅଭିଯୋଗରେ ଟିଏମସି ନେତା ଏସ.କେ ଶାହାଜାହାନ ଶେଖଙ୍କ ଘରେ ଚଢ଼ାଉ କରିବା ପାଇଁ ଇଡି ଟିମ୍ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲି ଗ୍ରାମରେ ପହଞ୍ଚିଥିଲେ। ତା’ପରେ ପ୍ରାୟ ୨୦୦ ଲୋକ ସେଠାରେ ପହଞ୍ଚି ଇଡି ଟିମ ଉପରେ ଆକ୍ରମଣ କରିଥିଲେ। ଉତ୍ୟକ୍ତ ଜନତା ଇଡି ଅଧିକାରୀଙ୍କ ସହ ଥିବା କେନ୍ଦ୍ରୀୟ ସୁରକ୍ଷା ବାହିନୀର ଗାଡି ମଧ୍ୟ ଭଙ୍ଗାରୁଜା କରିଥିଲେ ।

nis-ad
Leave A Reply

Your email address will not be published.