ସୂଚନା ଅନୁସାରେ, ଉତ୍ତର ୨୪ ପ୍ରଗଣା ଅଞ୍ଚଳରେ ଏହି ଆକ୍ରମଣ କରାଯାଇଛି। ବିକ୍ଷୋଭକାରୀମାନେ ଇଡି ଅଧିକାରୀଙ୍କୁ ଆକ୍ରମଣ କରିବା ସହ ସେମାନଙ୍କ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ଏଥିରେ କେତେ ଜଣ ଇଡି ଅଧିକାରୀ ଆହତ ହୋଇଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।
ଆଜି ସକାଳେ ଟିଏମସି ନେତା ଶାହାଜାହାନ ଶେଖଙ୍କ ଘରେ ଚଢାଉ କରିବାକୁ ଇଡିର ଏକ ଟିମ୍ ସେଠାରେ ପହଞ୍ଚିଥିଲା। ରିପୋର୍ଟ ଅନୁସାରେ, ରାସନ ସ୍କାମ ସହ ଜଡିତ ଏକ ମାମଲାରେ ଚଢାଉ ପାଇଁ ଯାଇଥିଲା ଇଡି। ଏହି ସମୟରେ ୧୦୦-୨୦୦ ସ୍ଥାନୀୟ ଲୋକ ଇଡି ଟିମ୍ ଉପରକୁ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ। ଅଧିକାରୀଙ୍କୁ ଆକ୍ରମଣ କରିବା ସହ ତାଙ୍କ ଗାଡିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି।
ସେପଟେ ଏପରି ଘଟଣାକୁ ନେଇ ଦୃଢ ନିନ୍ଦା କରିଛନ୍ତି ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର। ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡିଥିବା ସେ କହିଛନ୍ତି।