ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର ମୁକ୍ତ ଓ ସମୃଦ୍ଧଶୀଳ ଓଡ଼ିଶା ଗଠନ ହେଉଛି ନୂତନ ବର୍ଷର ଆହ୍ୱାନ: ବିଜେପି

image-1-38

ଭୁବନେଶ୍ୱର: ସରିଲା ବର୍ଷ ୨୦୨୩ । ରାତି ପାହିଲେ ଇଂରାଜୀ ନୂଆବର୍ଷ-୨୦୨୪ । ଏନେଇ ସମଗ୍ର ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।
ଏହି ଅବସରରେ ମନମୋହନ ସାମଲ କହିଛନ୍ତି ଯେ, ପ୍ରାକୃତିକ ସମ୍ପଦରେ ଭରପୁର ଓଡ଼ିଶା ରାଜ୍ୟ । ଓଡ଼ିଶାର ଐତିହ୍ୟ, ସଂସ୍କୃତି, କଳା ଓ ଭାସ୍କର୍ଯ୍ୟ, ବିସ୍ତିର୍ଣ୍ଣ ବେଳାଭୂମିର ସ୍ୱତନ୍ତ୍ର ପରିଚୟ ରହିଛି କିନ୍ତୁ, ଦୁର୍ଭାଗ୍ୟର ବିଷୟ ଏହାର ଯଥାର୍ଥ ପରିଚୟ ସୃଷ୍ଟି ହୋଇପାରିଲା ନାହିଁ ।

“ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର ମୁକ୍ତ” ଏବଂ “ସମୃଦ୍ଧଶୀଳ” ଓଡ଼ିଶା ଗଠନ ହେଉଛି ଆମ ସମସ୍ତଙ୍କ ପାଇଁ ନୂତନ ବର୍ଷର ଆହ୍ୱାନ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି । ଏହାସହ ୨୦୨୪ ବର୍ଷ ସମସ୍ତଙ୍କ ପାଇଁ ଶୁଭମୟ, ଶାନ୍ତିମୟ, ମଙ୍ଗଳମୟ ଏବଂ ସମୃଦ୍ଧିମୟ ହେବାକୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଶ୍ରୀ ସାମଲ ଏବଂ ଶ୍ରୀ ମିଶ୍ର ପ୍ରାର୍ଥନା କରିଛନ୍ତି ।

nis-ad
Leave A Reply

Your email address will not be published.