ଘାଟିରେ ଓଲଟିଲା ପିକନିକ ବସ, ୪୫ରୁ ଅଧିକ ଯାତ୍ରୀ ଆହତ…

bus-750x430-1

ବ୍ରହ୍ମପୁର : ଘାଟିରେ ଓଲଟିଲା ପିକନିକ ବସ। ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ପିକନିକ ବସ ଓଲଟି ୪୫ରୁ ଅଧିକ ଯାତ୍ରୀ ଆହତ। ୭ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଯାଜପୁର ଜିଲ୍ଲା ଦଶରଥପୁରୁ ଜିରାଙ୍ଗ, ଦାରିଙ୍ଗିବାଡି ଯାଉଥିବା ବେଳେ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି।

ତପ୍ତପାଣି ଘାଟି ଉପରେ ଭାରସାମ୍ୟ ହରାଇ ଓଲଟିପଡିଥିଲା। ବସରେ ପ୍ରାୟ ୬୦ରୁ ଅଧିକ ଲୋକ ଯାଉଥିଲେ। ଦୁର୍ଘଟଣା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଦୁଇଟି ଆମ୍ବୁଲାନସ, ଗୋଟିଏ ବସ ଓ ଗୋଟିଏ ଦମକଳ ଗାଡ଼ିରେ ୩୦ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

nis-ad
Leave A Reply

Your email address will not be published.