ପୋଲିସ ଡିଜି ଭାବେ ଦାୟିତ୍ଵ ନେଲେ ଅରୁଣ ଷଡଙ୍ଗୀ

dgp

ଭୁବନେଶ୍ଵର: ନୂଆବର୍ଷରେ ମିଳିଲା ନୂତନ ଦାୟିତ୍ଵ । ପୋଲିସ୍‌ ଡିଜି ଭାବେ ଦାୟିତ୍ୱ ଗ୍ରହଣ  ଅରୁଣ ଷଡ଼ଙ୍ଗୀ । ୧୯୯୦ ବ୍ୟାଚର IPS ଅରୁଣ ଷଡ଼ଙ୍ଗୀ ଆଜି ବିଦ୍ଧିବଦ୍ଧ ଭାବରେ ଡିଜିପି ଦାୟିତ୍ୱ ଗ୍ରହଣ କରିଛନ୍ତି । BPSPAର ନିର୍ଦ୍ଦେଶକ ସହ ଅତିରିକ୍ତ ଦାୟିତ୍ୱ ତୁଲାଇବେ ଅରୁଣ ଷଡଙ୍ଗୀ । ପୂର୍ବତନ ଡିଜିପି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଆଜି ଶେଷ ହେବା ପରେ ଦାୟିତ୍ଵ ଗ୍ରହଣ କଲେ ନୂଆ ଡିଜିପି ଅରୁଣ ଷଡଙ୍ଗୀ ।

ଓଡ଼ିଶା କ୍ୟାଡରର ୧୯୯୦ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଅରୁଣ ଷଡ଼ଙ୍ଗୀ ନିୟମିତ ଡିଜିପି ନିଯୁକ୍ତି ନ ହେବା ପର୍ଯ୍ୟନ୍ତ  ଏହି ଦାୟିତ୍ୱରେ ରହିବେ। ଏବେ ବିଜୁପଟ୍ଟନାୟକ ପୁଲିସ ଅକାଦେମୀର ନିର୍ଦ୍ଦେଶକ ରହିଛନ୍ତି । ସେ ତାଳଚେରରେ ଏସ୍‌ଡିପିଓ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ରାୟଗଡା, ବ୍ରହ୍ମପୁରର, ଜଗତସିହଂପୁର ଏସ୍‌ପି ସହ କେନ୍ଦ୍ରାଞ୍ଚଳ ଡିଆଇଜି ଏବଂ ଆଇନଶୃଙ୍ଖଳା ଆଇଜି ଭାବେ କାର୍ଯ୍ୟ ତୁଲାଇଛନ୍ତି ।

nis-ad
Leave A Reply

Your email address will not be published.