ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି, ଭିତର ଭିଡିଓ ଭାଇରାଲ

puri-5

ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ପରିଲକ୍ଷିତ ହୋଇଛି । ଶ୍ରୀମନ୍ଦିର ଭିତର ଭିଡିଓ ସୋସିଆଲ୍ ଭାଇରାଲ ହେବାରେ ଲାଗିଛି । ଜଣେ ଯୁବତୀ ଶ୍ରୀମନ୍ଦିର ଭିତରେ ଥିବା ନିର୍ମାଲ୍ୟ ଖଳାରେ ଠିଆ ରିଲ୍ସ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ଭିଡିଓରେ ଥିବା ଯୁବତୀ ଜଣଙ୍କ ନାମ ଦେବଜାନୀ ।ସେ ନିର୍ମାଲ୍ୟ ଖଳାରେ ରିଲ୍ସ୍ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଶ୍ରୀମନ୍ଦିରକୁ ମୋବାଇଲ ନେବା କଟକଣା ଥିବା ବେଳେ ସେ କିଭଳି ମୋବାଇଲ ନେଲେ ସେ ନେଇ ପ୍ରଶ୍ନ ଉଠିଛି । ଶ୍ରୀମନ୍ଦିର ଚାରି ଦ୍ଵାରରେ ପୋଲିସ ପକ୍ଷରୁ କଡା ଚେକିଂ କରାଯାଇ ମନ୍ଦିର ଭିତରକୁ ଛଡା ଯାଉଥିବା କୁହାଯାଉଥିବା ବେଳେ ଭିଡିଓ କିପରି କରାଗଲା ସେନେଇ ତଦନ୍ତ ଦାବି ହୋଇଛି।

ପୂର୍ବରୁ ଶ୍ରୀମନ୍ଦିର ଭିତର ଭିଡିଓ ଅନେକ ସମୟରେ ଭାଇରାଲ ହୋଇଛି । ହେଲେ ପୋଲିସ ପକ୍ଷରୁ ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଶ୍ରୀମନ୍ଦିର ସୁରକ୍ଷା ଏକ ସମ୍ବେଦନଶୀଳ ପ୍ରସଙ୍ଗ ମାତ୍ର ବରମ୍ବାର ଏଭଳି ଘଟଣା ଘଟୁଥିବାରୁ ତୀବ୍ର ପ୍ରତିକ୍ରୟା ପ୍ରକାଶ ପାଇଛି ।

nis-ad
Leave A Reply

Your email address will not be published.