ଅଯୋଧ୍ୟାଗସ୍ତରେ ଯାଇ ଦଳିତଙ୍କ ଘ‌ରେ ପହଞ୍ଚି ଚା’ ପିଇଲେ ମୋଦୀ…

acc9e042-509a-4116-bd87-20e6522f1398

ନୂଆଦିଲ୍ଲୀ: ଜାନୁଆରି ୨୨ରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ଥିବାରୁ ଅଯୋଧ୍ୟାରେ ଜୋରଦାର ପ୍ରସ୍ତୁତି ଚାଲିଛି। ରାମ ମନ୍ଦିର ଉଦଘାଟନ ପୂର୍ବରୁ ଡିସେମ୍ବର ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟ‌ାଗସ୍ତରେ ଯାଇ ଅନେକ ପ୍ରକଳ୍ପର ଉଦଘାଟନ କରିଛନ୍ତି।
ଏଥିସହିତ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀ ଦଳିତ ମହିଳା ମୀରା ମାଂଝୀଙ୍କୁ ଭେଟି ତାଙ୍କ ଘରେ ତିଆରି ହୋଇଥିବା ଚା’ ପିଇଥିଲେ ଏବଂ ଘର ଲୋକଙ୍କ ସହ ଅନେକ ସମୟ ଧରି କଥା ବି ହୋଇଥି‌ଲେ । ଏହି ସମୟର କିଛି ଫଟୋ ଏକ୍ସ(ଟୁଇଟର)ରେ ପୋଷ୍ଟ ହୋଇଛି। ମୀରା ମାଂଝୀ ହେଉଛନ୍ତି ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ସାମିଲ ହୋଇଥିବା ୧୦କୋଟି ହିତାଧିକାରୀ ମଧ୍ୟରୁ ଅନ୍ୟତମ।।
ପ୍ରଧାନମନ୍ତ୍ରୀ ମୋଦୀ ଆଜି ଅଯୋଧ୍ୟା ରେଳ ଷ୍ଟେସନ ସହ ମହର୍ଷି ବାଲ୍ମିକୀ ବିମାନବନ୍ଦରକୁ ଉଦଘାଟନ କରିଛନ୍ତି । ୨୪୦ କୋଟି ଟଙ୍କା ବ୍ୟୟରେ ଅଯୋଧ୍ୟା ଧାମ ରେଳ ଷ୍ଟେସନର ପୁନଃନିର୍ମାଣ କରାଯାଇଛି । ଏଥିସହ ମୋଟ ୨ ହଜାର ୩୦୦ କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏଥିସହ ୨ଟି ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ୬ ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୋଦୀ । ସେହିପରି ୧୪ ଶହ ୫୦ କୋଟି ବ୍ୟୟରେ ମାତ୍ର ୬ ମାସରେ ନିର୍ମିତ ହୋଇଛି ଅଯୋଧ୍ୟା ଆନ୍ତର୍ଜାତୀୟ ବିମାନବନ୍ଦର ।

nis-ad
Leave A Reply

Your email address will not be published.