ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ନେଇ ନିମନ୍ତ୍ରଣ…

ମାଲକାନଗିରି : ରାଜ୍ୟ ସରକାରଙ୍କ ମହତ୍ତ୍ଵକାଂକ୍ଷୀ ଯୋଜନା ଆଧାରରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୨୦୨୪ ମସିହା ଜାନୁୟାରୀ ୧୭ ତାରିଖରେ ଏହି ପ୍ରକଳ୍ପ ର ଲୋକାର୍ପଣ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ କରକମଳରେ ପୁରୀ ଠାରେ ଅନୁଷ୍ଠିତ ହେବ।ଏହାର ଭବ୍ୟ ଆୟୋଜନ ପାଇଁ ବ୍ୟବସ୍ଥା କରାଯାଇଛି।ଦେଶ ବାହାର, ଦେଶ ଭିତର ଓ ରାଜ୍ୟ ଭିତରର ବିଭିନ୍ନ ପ୍ରମୁଖ ଧର୍ମସ୍ଥଳୀ ର ମୁଖ୍ୟ ମାନଙ୍କୁ ଯୋଗ ଦେବାକୁ ଆମନ୍ତ୍ରଣ କରାଯାଇଛି।
ଜିଲ୍ଲାର ଦୁଇଟି ପ୍ରମୁଖ ଧର୍ମ ସ୍ଥଳୀର ୨ ଜଣ ଲେଖାଏଁ ମୁଖ୍ୟଙ୍କୁ ୧୭ ତାରିଖକୁ ଆମନ୍ତ୍ରଣ କରାଯାଇଛି। ଏହି ଅବସରରେ ମାଲକାନଗିରି ଜିଲ୍ଲାକୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିବା ପାଇଁ ଆଜି ପୁରୀରୁ ଏକ ସ୍ବତନ୍ତ୍ର ଚାରି ଜଣିଆ ପ୍ରତିନିଧି ଦଳରେ ନୋଡ଼ାଲ ଅଧିକାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ପୁରୀ, ବଳରାମ ପାତ୍ର ଏବଂ ଦଳର ସଦସ୍ୟ ଭାବେ ସେବାୟତ କେଦାରନାଥ ପ୍ରତିହାରୀ, ଲୋକନାଥ ପ୍ରତିହାରୀ ଓ ଚନ୍ଦ୍ରଶେଖର ଖୁଣ୍ଟିଆ ପହଞ୍ଚିଥିଲେ। ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ, ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଓ ମାଉଲି ମା ମନ୍ଦିର ପରିଚାଳନା କମିଟି ତରଫରୁ ଭବ୍ୟ ସ୍ଵାଗତ କରାଯାଇଥିଲା। ମାଉସୀ ମା ମନ୍ଦିର ଠାରୁ ବାଜା, ମହୁରୀ, ହୁଳହୁଳି, ଶଙ୍ଖନାଦ ଓ ସଂକୀର୍ତ୍ତନ ଶୋଭାଯାତ୍ରା ବାହାରି ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିଥିଲା। ଏଠାରେ ଜିଲ୍ଲାପାଳ ବିଶାଲ ସିଂ ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସ୍ଵାଗତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ତ୍ରିନାଥ ମାଝୀ, ଜିଲ୍ଲା ପରିଷଦ ପ୍ରୋଗ୍ରାମ ମ୍ୟାନେଜର(ଅର୍ଥ), ମାନସ ମିଶ୍ର, ପ୍ରୋଗ୍ରାମ ମ୍ୟାନେଜର, ଜୀବନ ଜୀବିକା, ବାଲାଜୀ ପଟ୍ଟନାୟକ ଓ ଜିଲ୍ଲା ପଞ୍ଚାୟତ ଅଧିକାରୀ, ରଜନୀକାନ୍ତ ଦାସ, ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସମ୍ପାଦକ, ବ୍ରଜ କିଶୋର ପାଳ, ପୂଜକ, ସନ୍ତୋଷ ନନ୍ଦ, ମାଉଲି ମା ମନ୍ଦିର ପରିଚାଳନା କମିଟି, ସଭାପତି, ବଳରାମ ପଣ୍ଡା ଓ ପୂଜକ ଦେବେନ୍ଦ୍ରନାଥ ପୂଜାରୀଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ଜଗନ୍ନାଥ ମନ୍ଦିର ଓ ମାଉଲି ମା ମନ୍ଦିରର ପୂଜକ ଓ ପରିଚାଳନା କମିଟିର ମୋଟ ଚାରି ଜଣଙ୍କୁ ଉଦଘାଟନୀ ଉତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଭବ୍ୟ କରିବା ନିମନ୍ତେ ଜିଲ୍ଲାର ବଣ୍ଡା, କୋୟା, ଦୁରୁଆ ନୃତ୍ୟ ସାଙ୍ଗକୁ ସଂକୀର୍ତ୍ତନ ମଣ୍ଡଳୀ ସାମିଲ ହୋଇଥିଲେ।

nis-ad
Leave A Reply

Your email address will not be published.