ଜାନୁୟାରୀ ୬ରେ L1 ପଏଣ୍ଟରେ ପହଞ୍ଚିବ ଆଦିତ୍ୟ…

adi

ସୂର୍ଯ୍ୟଙ୍କ ଅଧ୍ୟୟନ ପାଇଁ ଇସ୍ରୋ ପକ୍ଷରୁ ପଠାଯାଇଥିବା ଆଦିତ୍ୟ ସୋଲାର ଅବଜରଭେଟୋରୀ ୨୦୨୪ ଜାନୁୟାରୀ ୬ରେ L1 ପଏଣ୍ଟରେ ପହଞ୍ଚିବ। ଇସ୍ରୋ ମୁଖ୍ୟ ଡ. ଏସ୍‌. ସୋମନାଥ ଏହା କହିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ୬ରେ ଆଦିତ୍ୟକୁ L1 ପଏଣ୍ଟରେ ଇନ୍‌ସର୍ଟ କରାଯିବ। ବର୍ତ୍ତମାନ ଏହାର ସମୟ କହିବା କଷ୍ଟକର। କିନ୍ତୁ ଜାନୁୟାରୀ ୬ରେ ଏହା ହେବାକୁ ଯାଉଛି।

ଏହାର କିଛି ଦିନ ପୂର୍ବରୁ ଆଦିତ୍ୟ-L1 ମିଶନର ସଫଳତାର ପ୍ରଥମ ପ୍ରମାଣ ମିଳିଥିଲା। ଏହି ସାଟେଲାଇଟ୍‌ର ସୋଲାର ଅଲଟ୍ରାଭାଓଲେଟ୍ ଇମେଜିଙ୍ଗ୍ ଟେଲିସ୍କୋପ୍ (SUIT) ପ୍ରଥମ ଥର ସୂର୍ଯ୍ୟଙ୍କର ସମ୍ପୂର୍ଣ୍ଣ ଡିସ୍କ ଫଟୋ ଉଠାଇଥିଲା। ଏ ସମସ୍ତ ଫଟୋ ୨୦୦ରୁ ୪୦୦ ନାନୋମିଟର େଓ୍ଵଭ୍‌ଲେନ୍ଥର ଥିଲା ଅର୍ଥାତ୍‌ ଆପଣଙ୍କୁ ସୂର୍ଯ୍ୟ ୧୧ଟି ଭିନ୍ନ ଭିନ୍ନ ରଙ୍ଗରେ ଦେଖାଯିବ।

ଆଦିତ୍ୟ-L1ର SUIT ପେଲୋଡ୍‌କୁ ୨୦୨୩ ନଭେମ୍ବର ୨୦ରେ ଅନ୍‌ କରାଯାଇଥିଲା। ଏହି ଟେଲିସ୍କୋପ୍‌ ସୂର୍ଯ୍ୟଙ୍କ ଫଟୋସ୍ଫେୟର ଏବଂ କ୍ରୋମୋସ୍ଫେୟରର ଫଟୋ ଉଠାଇଛି। ଫଟୋସ୍ଫେୟରର ଅର୍ଥ ହେଉଛି, ସୂର୍ଯ୍ୟଙ୍କ ପୃଷ୍ଠ ଏବଂ ବାହ୍ୟ ବାୟୁମଣ୍ଡଳୀୟ କରୋନା ମଧ୍ୟରେ ଥିବା ପତଳା ସ୍ତର। କ୍ରୋମୋସ୍ଫେୟର ସୂର୍ଯ୍ୟଙ୍କ ପୃଷ୍ଠରୁ ୨୦୦୦ କିଲୋମିଟର ଉପର ପର୍ଯ୍ୟନ୍ତ ରହିଛି।

nis-ad
Leave A Reply

Your email address will not be published.