ପ୍ରତି ବୁଥରୁ ୫୦ ପ୍ରତିଶତରୁ ଅଧିକ ଭୋଟ୍ ବିଜେପିର ଲକ୍ଷ୍ୟ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

dharmendra-pradhan-1641053854-750x430

ଭୁବନେଶ୍ବର: ପ୍ରତି ବୁଥରୁ ୫୦ ପ୍ରତିଶତରୁ ଅଧିକ ଭୋଟ୍ ହାସଲ କରିବା ବିଜେପିର ଲକ୍ଷ୍ୟ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ ଆହୁରି କହିଛନ୍ତି, ଗତ ୧୦ ବର୍ଷ ଧରି ଏକ ସ୍ଥିର ସରକାର ଥିବାରୁ ଦେଶର ବିକାଶ ଦିଗରେ ଆଗକୁ ବଢ଼ି ଚାଲିଛି। ବେରୋଜଗାରୀ କମିଛି, ଲୋକଙ୍କ ଆୟ ବଢ଼ିଛି, କୃଷକଙ୍କ ଆୟ ବଢ଼ିଛି, ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଉଠି ଲୋକମାନେ ସମ୍ପନ୍ନତା ଆଡ଼କୁ ଯାଉଛନ୍ତି। ସବୁଠାରୁ ବଡ଼ କଥା ହେଲା ଯେ ମୋଦୀ ସରକାର ଆସିବା ପରେ ମହିଳାଙ୍କ ସମ୍ମାନ ବୃଦ୍ଧି ପାଇଛି। ଏହାକୁ ଦ୍ରୁତ ବେଗରେ ଆଗକୁ ନେବାକୁ ହେଲେ ପୁଣି ଥରେ ଦେଶରେ ମୋଦୀ ସରକାର ଆସିବା ଦରକାର। ମୋଦି ୩.୦ ପାଇଁ ଏଥର ଗୁଣାତ୍ମକ ବିଜୟ ଆବଶ୍ୟକ। ନିଜ ନିଜ ବୁଥରୁ ୫୦ ପ୍ରତିଶତ ଭୋଟ ପାଇଁ ସମସ୍ତଙ୍କୁ ଦାୟିତ୍ଵ ନେବାକୁ ପଡ଼ିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ଵାନ ଦେଇଛନ୍ତି। ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଶ୍ଵସନୀୟତା ୮୦ ପ୍ରତିଶତରୁ ଅଧିକ ଅଛି। ମୋଦୀ ତତ୍ତ୍ଵ, ମୋଦୀ ପ୍ରଣାଳୀ, ମୋଦୀ କାର୍ଯ୍ୟ ପଦ୍ଧତି ଓଡ଼ିଶା ଭଳି ରାଜ୍ୟରେ ପ୍ରଭାବ ପକାଇଛି। ନିଶ୍ଚିତ ଭାବେ ୫୦ ପ୍ରତିଶତରୁ ଅଧିକ ଭୋଟ ମୋଦୀଙ୍କୁ ଦେଶବାସୀ ଦେବେ ।

ଏଣେ ଏହି ପ୍ରସଙ୍ଗରେ ମତ ରଖିଛନ୍ତି ବିଜେଡି ବିଧାୟକ ସୁଧୀର ସାମଲ। ସେ କହିଛନ୍ତି, ବିଜେଡି ଦଳ ଯେଉଁ ମଜଭୁତ ସ୍ଥିତିରେ ରହିଛି। ଦଳର ଭୋଟ ୭୦ ପ୍ରତିଶତ ତଳକୁ ଖସିବ ନାହିଁ। ନୂତନ ଓଡ଼ିଶା ଗଢ଼ିବାକୁ ବିଜେଡି ଦଳ ଆଗକୁ ବଢ଼ିଚାଲିଛି। ବିଜେଡି ଦଳ ନୁହେଁ, ଏହା ଏକ ଆନ୍ଦୋଳନରେ ପରିଣତ ହୋଇଛି। କିଏ କଣ ଦାବି କରୁଛି, ସେଥିରେ ଆମର କିଛି ଅସୁବିଧା ନାହିଁ। ଯିଏ କହୁଛନ୍ତି ୫୦ ପ୍ରତିଶତ ଭୋଟ ନେବେ ବୋଲି ସେମାନେ ଆଗରୁ କେତେ ଭୋଟ ପାଇଛନ୍ତି ସେଇଟା ତର୍ଜମା କରନ୍ତୁ।

ଏଣେ  ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ନିର୍ବାଚନ ଆସିଲେ ରାଜନୈତିକ ଦଳମାନଙ୍କ ବୟାନବାଜି ଆରମ୍ଭ ହୁଏ। ବିରୋଧୀ ଦିଲ୍ଲୀରେ କେଉଁଠି ଚାର୍ଜ ହୋଇ ଆସିଛନ୍ତି ତାହା ଜଣା ନାହିଁ। ବିଜେଡି ସେଥିରେ ନଥାଏ। ଲୋକଙ୍କ ସାଥୀରେ ଥାଏ। ବିଭିନ୍ନ ଯୋଜନା କିପରି ଲୋକଙ୍କ କାମରେ ଲାଗିବ ସେ ବ୍ୟବସ୍ଥା ଭିତରେ ଅଛି। ୫ଥରର ଶାସନ ବ୍ୟବସ୍ଥା ଭିତରେ ରହିଲା ପରେ ଷଷ୍ଠ ଥର ଶାସନ କରିବ। ଆଜି ସାରା ରାଜ୍ୟର ଯେଉଁ ମାହୋଲ ଓ ମତାମତରୁ ସ୍ପଷ୍ଟ ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ। ବିଜେପି ଓ କଂଗ୍ରେସ ହେଉଛନ୍ତି ଜାତୀୟ ଦଳ। ତେଣୁ ଜାତୀୟ ନେତାଙ୍କ କାନ୍ଧରେ ଭାର ଦେଇ ଉଠିବାକୁ ଚେଷ୍ଟା କରନ୍ତି। ବିଜେଡି ଏକ ପ୍ରାଦେଶିକ ଦଳ ଏଠି ମୁଖ୍ୟମନ୍ତ୍ରୀ ସର୍ବେସର୍ବା। ଏକା ମୁଖ୍ୟମନ୍ତ୍ରୀ ଭାବମୂର୍ତ୍ତ ତାଙ୍କ ଉପରେ ଭାରି। ୫ଥରର ନିର୍ବାଚନ ଯେମିତି ହୋଇଛି ଏଥର ଆହୁରି ଅଧିକ ଭୋଟ ପାଇବ। ବିଜେପି ଯଦି ଏବେ ଗାଁକୁ ଯିବ, ପୂର୍ବରୁ ୪ ବର୍ଷ ୬ ମାସ ହେଲାଣି ଲୋକଙ୍କ ପାଖକୁ ଯାଉ ନଥିଲେ କି। ବିଜେଡି ସବୁବେଳେ ସବୁବେଳେ ଗାଁରେ ଲୋକଙ୍କ ପାଖରେ ଥାଆନ୍ତି। ବିଜେଡି ସଂଗଠନ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ।

nis-ad
Leave A Reply

Your email address will not be published.