ଝାଡାବାନ୍ତି ପରିସ୍ଥିତି ନିୟନ୍ତ୍ରାଣାଧୀନ- ୨୪ ଘଣ୍ଟା ଖୋଲା ରହିବ ପିଏଚସି : ଶାଳିନୀ ପଣ୍ଡିତ…

ସୁନ୍ଦରଗଡ/ରାଉରକେଲା,: ରାଉରକେଲା ମହାନଗର ନିଗମ ଅଞ୍ଚଳରେ ବ୍ୟାପିଥିବା ଝାଡାବାନ୍ତି ଘଟଣା ଅନୁଧ୍ଯାନ କରିବା ପାଇଁ ଏକ ସ୍ବତନ୍ତ୍ର ଟିମ ବୁଧବାର ରାଉରକେଲା ଗସ୍ତରେ ଆସି ଏହାର ଅନୁଧ୍ଯାନ କରିଛନ୍ତି।

ଏହି ଦଳରେ ସ୍ବାସ୍ଥ୍ଯ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ, ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାଥନନ , ଜନ ସ୍ବାସ୍ଥ୍ଯ ନିଦ୍ଦେର୍ଶକ ଡାକ୍ତର ନିରଂଜନ ମିଶ୍ର ପ୍ରମୁଖ ରାଉରକେଲା ଗସ୍ତରେ ଆସି ରାଉରକେଲା ସରକାରୀ ଚିକିତ୍ସାଳୟରେ ଝାଡାବାନ୍ତି ରୋଗୀଙ୍କୁ ଭେଟିଛନ୍ତି ଏବଂ ପ୍ରଭାବିତ ଅଂଚଳ ସ୍ଥିତିର ଅନୁଧ୍ଯାନ କରିଛନ୍ତି।

ରାଉରକେଲା ସରକାରୀ ଚିକିତ୍ସାଳୟରେ ଶ୍ରୀମତୀ ପଣ୍ଡିତଙ୍କ ଅଧ୍ଯକ୍ଷତା ରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି, ଆରଜିଏଚ, ଆଇଜିଏଚ, ହାଇଟେକ ମେଡିକାଲ କଲେଜ ଓ ହସପିଟାଲ, ସରକାରୀ ମେଡିକାଲ କଲେଜ ସୁନ୍ଦରଗଡ, ଜେପି ହସପିଟାଲର ବରିଷ୍ଠ ଅଧିକାରୀ ଓ ଡାକ୍ତରମାନଙ୍କ ସହିତ ବର୍ତ୍ତମାନ ଝାଡାବାନ୍ତିର ସ୍ଥିତି ଓ ଏହାର ନିରାକରଣ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ।

ବୈଠକ ପରେ ପରେ ଶ୍ରୀମତୀ ପଣ୍ଡିତ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରଦେଇ କହିଲେ ଯେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସଂକ୍ରମିତ ରୋଗୀଙ୍କ ସଂଖ୍ଯାି ବଢିନାହିଁ। ନୂଆ ଝାଡାବାନ୍ତି ସଂକ୍ରମିତ ରୋଗୀ ମାନଙ୍କର ଅବସ୍ଥା ସଂକଟାପନ୍ନ ରହୁନାହିଁ। ମାଇକିଂ ମାଧ୍ଯମ ତଥା ,ଆଶା ଓ ଏ.ଏନ୍.ଏମ କର୍ମୀଙ୍କ ମାଧ୍ୟମରେ ଲୋକଙ୍କ ପାଖରେ ସଚେତନତା ବାର୍ତ୍ତା ପହଞ୍ଚା ଯାଉଛି। ଲୋକଙ୍କୁ ପୂର୍ବରୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଉଛି।

ସେ କହିଥିଲେ ଯେ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ସହିତ ଅଂଚଳର ୧୦ ଗୋଟି ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ର ମଧ୍ଯ ୨୪ ଘଂଟା ଖୋଲା ରହିବ। ଏଥିପାଇଁ ଅଧିକ ସଂଖ୍ଯା ପାରାମେଡିକାଲ୍ ଓ ଡାକ୍ତର ଙ୍କୁ ନିୟୋଜିତ କରାଯାଇଛି।

ସେହିପରି ଗୄହ ଓ ନଗର ଉନ୍ନୟନ ପ୍ରମୁଖ ସଚିବ ଜି. ମାଥିଭାଥନନ ମଧ୍ଯ ଓ୍ବାଟକୋ କାର୍ଯ୍ୟାଳୟ,ବାଲୁସ୍ଥିତ ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଟ ପରିଦର୍ଶନ କରି ପାଇପର ମରାମତି, ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଗୁଡିକରେ କ୍ଲୋରିନର ସ୍ତର , ପାଣିର ମାନ ପରୀକ୍ଷଣ ବିଷୟରେ ଆଲୋଚନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡା ଶୁଭଙ୍କର ମହାପାତ୍ର ସମେତ ଓ୍ବାଟକୋ ଅଧିକାରୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.