ଗିରିସୋଲା ସ୍କୁଲରେ ଆଖି ଭିଜେଇଲା ନାଟକ “ଶାପିତ ପୁତ୍ର”

ଚିକିଟୀ : ସ୍ଥାନୀୟ ଗିରିସୋଲା ରିଜନାଲ ସାଇନ୍ସ ହାଏର ସେକେଣ୍ଡାରୀ ସ୍କୁଲରେ ନୂଆ-ଓ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ମଙ୍ଗଳବାର ମଞ୍ଚସ୍ତ ହୋଇଛି ରାଜ ଗୋପାଳ ପାଢ଼ୀଙ୍କ ରଚିତ ଓ ନିର୍ଦ୍ଦେଶିତ ସାମାଜିକ ନାଟକ”ଶାପିତ ପୁତ୍ର”। ପିତାମାତାଙ୍କ ପ୍ରତି ସନ୍ତାନ ମାନଙ୍କ କର୍ତ୍ତବ୍ୟ କଣ ରହିବା ଉଚିତ ତାକୁ ନାଟକରେ କଳାକାର ମାନେ ନିଖୁଣ ଅଭିନୟ କରିଥିଲେ। ପିତାମାତାଙ୍କ ଆଖିରେ ଲୁହ ଦେଇ କେବେ କୌଣସି ସନ୍ତାନ ସୁଖରେ ରହିପାରିବ ନାହିଁ ବୋଲି ନାଟକରେ ସାମାଜିକ ବାର୍ତ୍ତା ଦିଆଯାଇଥିଲା। ନାଟକ ଦେଖି ଉପସ୍ଥିତ ବିଦ୍ୟାର୍ଥୀ,ଅତିଥି ଓ ସ୍କୁଲ କତ୍ତୃପକ୍ଷ ଆଖିରେ ଲୁହ ଆସିଯାଇଥିଲା। ନାଟକରେ ପ୍ରଶାନ୍ତ କୁଣ୍ଡ,ପୃଥବୀରାଜ ବେହେରା,ରାଜଗୋପାଳ ପାଢ଼ୀ,କେ.ଚନ୍ଦନ ରାଜ,ଭଗବାନ ସେଠୀ, ସୁରଜ ସାହୁ,ସୀମାଞ୍ଚଳ ସେଠୀ,ଗୀତାଞ୍ଜଳି ଚରତି ପ୍ରମୂଖ ଅଭିନୟ କରିଥିବା ବେଳେ ହୀନମଣି ବେହେରା,ରଜନୀକାନ୍ତ ନାୟକ ଓ ପିତାମ୍ବର ବେହେରା ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଶବ୍ଦ ଓ ଆଲୋକରେ ରବି ଜେନା ସହଯୋଗ କରିଥିଲେ।ନାଟକ ପରିଚାଳନାରେ ପ୍ରଫୁଲ୍ଲ କୁମାର ପଣ୍ଡା,କେ.ପ୍ରସାଦ ରେଡ୍ଡୀ,ହରୀକୃଷ୍ଣ ପ୍ରଧାନ,ନାରାୟଣ ରାଉଳ,ସୁମନ କୁମାର ଜେନା,ଟି. ତରୁଣ,ଦେବପ୍ରସାଦ,ଶ୍ରିତମ କୁମାର ଜେନା ପ୍ରମୁଖ ବିଶେଷ ସହଯୋଗ କରିଥିଲେ। ନାଟକ ଶେଷରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଶ୍ୱମନୁ ନାୟକ, ନୋଡାଲ ଅଫିସର ଡ଼.ଦିଲୀପ କୁମାର ପାଢୀ ,ଭବାନୀ ଶଙ୍କର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କଳାକାରଙ୍କୁ ପ୍ରଶଂସା କରିବା ସହ ନାଟକର ନାଟ୍ୟକାର ତଥା ନିର୍ଦ୍ଦେଶକ ରାଜ ଗୋପାଳ ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

nis-ad
Leave A Reply

Your email address will not be published.