ବିଜେଡ଼ି ଏବେ ହାଇଜାକ.. !ପ୍ରଶାସକ ରୁ ନେତା ବନିଥିବା ବାବୁଙ୍କ ବିନା ଇଙ୍ଗତରେ ଦଳର ପତ୍ର ହଲୁନି…!


ବ୍ରହ୍ମପୁର: ୨0-୧୨ ପ୍ରଶାସନିକ ଅଧିକାରୀ ରୁ ସ୍ଵେଚ୍ଛାକୃତ ଭାବେ ଅବସର ନେବା ପରେ ବିଧିବଦ୍ଧ ଭାବେ ବିଜେଡ଼ି ରେ ଯୋଗ ଦେଲେ। ତା ପରେ ଭିକେ ପାଣ୍ଡିଆନ ଙ୍କୁ ଫାଇବ-ଟି ଓ ନବୀନ ଓଡ଼ିଶାର ଅଧକ୍ଷ ଭାବେ ନିଯୁକ୍ତି ଦିଆଗଲା। ଗତ ୧୫ ତାରିଖ ଦିନ ପାଣ୍ଡିଆନ ନିଜେ ମୁଁ ଆଗାମୀ ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଲେ। କୌଣସି ନିର୍ବାଚନ ମଣ୍ଡଳୀ ରୁ ନିର୍ବାଚନ ଲଢ଼ିବେ ନାହିଁ କହିବା ପରେ ଶାସକ ଦଳର ବହୁ ଆଶାୟୀ ଓ ବିଧାୟକ ମାନେ ଲମ୍ବା ନିଶ୍ୱାସ ମାରିଥିଲେ। ପୁଣି ଟିକେଟ ଲବି ଓ ନିଜ ସମ୍ପର୍କୀୟ ଙ୍କୁ ଯେ କୌଣସି ନିର୍ବାଚନ ମଣ୍ଡଳୀ ରେ ଥଇଥାନ ପାଇଁ ଚେଷ୍ଟା କରୁଥିବା ଯବନିକା ର ଅନ୍ତ ଘଟିଛି। ଯଦି ପାଣ୍ଡିଆନ ନିର୍ବାଚନ ଲଢ଼ିଥାନ୍ତେ, ତାହା ହେଲେ ସେ ଅଞ୍ଚଳ ରେ ଟିକେଟ ପାଇବାକୁ ଥିବା ଆଶାୟୀ ଙ୍କୁ ଆଉ ଟିକେଟ ନ ମିଳିବାର ସମ୍ଭାବନା ରହିଥିଲା। ନିର୍ବାଚନ ନଲଢ଼ି ସିଧା ଅନ୍ୟ ନିର୍ବାଚନ ମଣ୍ଡଳୀ ରେ ନିଜ ସାମର୍ଥକ ଓ ଆଶାୟୀ ଙ୍କୁ ଟିକେଟ ଦେବାରେ ଏବେ ପାଣ୍ଡିଆଙ୍କ ମୁଖ୍ୟ ଭୂମିକା ରହିବ ବୋଲି ଚର୍ଚ୍ଚା ହେଲାଣି। ଦୁଇ ଦୁଇଟି ପଦବୀ ର ଦାୟିତ୍ୱ ମିଳିବା ପରେ ପ୍ରଥମେ ଗଞ୍ଜାମ ଜିଲ୍ଲା କୁ ଦୁଇ ଦିନିଆ ଗସ୍ତରେ ଆସି ଚାଲିଯିବା ପରେ ଅନ୍ୟ ଜିଲ୍ଲାକୁ ତୁଫାନୀ ଗସ୍ତ କରିଦେଇଛନ୍ତି। ତାଙ୍କ ଗସ୍ତ ସମୟ ରେ ସ୍ଥାନୀୟ ଅଞ୍ଚଳର ନେତା ଓ ଆଶାୟୀ ମାନେ ତୋରଣ ଲଗାଇ ଶୁଭେଚ୍ଛା ଦେଉଥିବା ଦେଖିବାକୁ ମିଳୁଛି।ନିର୍ବାଚନ ଲଢ଼ିଲେ କେବଳ ଗୋଟିଏ ନିର୍ବାଚନ ମଣ୍ଡଳୀ ଉପରେ ଫୋକସ ରହିବ ଓ ନିର୍ବାଚିତ ହେଲେ ଆଉ ଦଳରେ ଦବଦେବା ରହିବ ନାହିଁ ବୋଲି ମଧ୍ୟ ଏବେ ଚର୍ଚ୍ଚା ହେଲାଣି। ତୁଫାନୀ ଗସ୍ତ ବେଳେ ମନ୍ତୀଙ୍କ ଠାରୁ ଆରମ୍ଭ କରି ବିଧାୟକ ଓ ଜିଲ୍ଲାର ମୁଖିଆ,ଏସପି, ଡ଼ିଆଇଜି ବହୁ ପ୍ରଶାସନିକ ଅଧିକରୀ ଆଗ ପଛ ହେଉଥିବା ଦେଖିବାକୁ ମୁଳୁଛି। ଏବେ ଠାରୁ ଦଳ ଭିତରେ କିଏ କେଉଁ ନେତାଙ୍କୁ ଧରି ଟିକେଟ ହାତେଇବାକୁ ପ୍ରୟାସ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି। ପୁଣି କ୍ଷମତା କୁ ବିଜେଡ଼ି ଫେରିବ ବୋଲି ଏବେ ଠାରୁ ଦଳ ରଣକୌଶଳ ଆରମ୍ଭ କରିଥିବା ଯୋଗୁଁ ସବୁଠି ବାବୁଙ୍କ ଦବଦବା ଦେଖି ବିରୋଧିଙ୍କ ମଧ୍ୟରେ ଦଳ ଏବେଠାରୁ ହାଇଜାକ ହେଲାଣି ବୋଲି ଚର୍ଚ୍ଚା ହେଉଛି।ଆଗାମୀ ଦିନରେ ଓଡିଶା ବାସୀ ଅନେକ କିଛି ଦେଖିବେ କାରଣ ଓଡିଶା ର ସ୍ୱାଭିମାନ ଏବେ କୋମାରେ ଅନେକ ସ୍ୱାଭିମାନୀ ନେତା କେବଳ ସମୟକୁ ଅପେକ୍ଷା କରିଛନ୍ତି ବୋଲି ଚର୍ଚ୍ଚା ଜୋର ଧରୁଛି l କିଛି ନେତା ଓ ମନ୍ତ୍ରୀ ଗୁପ୍ତ ଯୋଗାଯୋଗ ରେ ଥିବା ବି ଚର୍ଚ୍ଚା ହେଉଛି ଯଦି ଏହା ସତ ତେବେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହେବ, ବିଜେପି ଠିକ ସମୟ କୁ ଅପେକ୍ଷା କରିଛି ଓ କଂଗ୍ରେସ ସୁଭିଧା ରେ ରହି ନିଜ ଗୋଟି ଚାଳନା କରୁଛି ତେଣୁ ସମସ୍ତଙ୍କ ନଜର ଆଗାମୀ ରଣନୀତି ଉପରେ ଏଠାରେ ସୂଚନା ଥାଉ ଭୋଟର ଠିକ ଜାଣି ଗଲେଣି ଆଉ ଆଗ ଭଳି ପରିସ୍ଥିତି ଆଉ ନାହିଁ l ନିର୍ବାଚନ ଯେତେ ପାଖେଇ ଆସୁଛି ଯୋଜନା ଓ ଶିଳା ନ୍ୟାସ ର ସୁଅ ଛୁଟିବ ମିଛ ପ୍ରତିଶୃତି ର ଧୂଆଁବାଣ ରେ ଜନତା ଜନାର୍ଦନ ଘାଇଲା ହେବେ ନା କିଛି କରିବେ ତାହା ସମୟ ସଫେକ୍ଷ…

nis-ad
Leave A Reply

Your email address will not be published.