ଅଭିଯୁକ୍ତ ବୁଖାରୀର ଆଉ କେଉଁଠି ସବୁ ସ୍ତ୍ରୀ ଅଛନ୍ତି , ତାର ତଦନ୍ତ କରାଯିବ । ସେ ମେଡିକାଲ ପାଠ ପଢିନି । ଫେକ୍ ଡିଗ୍ରୀ ଆଣିଛି । ବର୍ତ୍ତମାନ୍ ସୁଦ୍ଧା ବୁଖାରୀର ୬ଟି ବ୍ୟାଙ୍କ ଆକାଉଣ୍ଟ ମିଳିଛି । ଦରକାର ପଡିଲେ NIA ଆସିପାରେ ବୋଲି ଏସଟିଏଫ୍ ଏସପି କହିଛନ୍ତି । କାଲି ବୁଖାରୀର ରିମାଣ୍ଡ ପାଇଁ ଆମେ ଆବେଦନ କରିବୁ । ସୂଚନା ମୂତାବକ ଗତକାଲି ଯାଜପୁର ଧର୍ମଶାଳାରୁ ସୟଦ ଇଶାନ ବୁଖାରୀକୁ ଏସଟିଏଫ୍ ଗିରଫ କରିଥିଲା । ଠକେଇ ଏବଂ ଦେଶ ବିରୋଧୀ ତତ୍ତ୍ବ ସହ ଲିଙ୍କ୍ ଅଭିଯୋଗରେ ବୁଖାରୀକୁ ଗିରଫ କରାଯାଇଥିଲା । ଅଭିଯୁକ୍ତଠାରୁ ୧୦୦ରୁ ଉର୍ଦ୍ଧ୍ବ ଡକ୍ୟୁମେଣ୍ଟ ଜବତ ହୋଇଥିଲା ।