ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା, ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ଯାଏଁ ଚାଲିବ ପରୀକ୍ଷା…

matric-exam-results-750x430 (1)

ଭୁବନେଶ୍ୱର: ବାହାରିଲା ମାଟ୍ରିକ ପରୀକ୍ଷା କାର୍ଯ୍ୟସୂଚୀ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫେବ୍ରୁଆରୀ ୨୦ ତାରିଖରୁ ଆରମ୍ଭ ହେବ । ଏହା ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ଫେବ୍ରୁଆରୀ  ୨୦ରେ ଓଡ଼ିଆ ପରୀକ୍ଷା ଥିବାେଳେ  ୨୩ରେ ଇଂରାଜୀ, ୨୬ରେ ଗଣିତ , ୨୮ରେ ହିନ୍ଦୀ/ସଂସ୍କୃତ ପରୀକ୍ଷା ରହିଛି । ସେହିପରି  ମାର୍ଚ୍ଚ ୨ରେ ବିଜ୍ଞାନ, ୪ରେ ସାମାଜିକ ବିଜ୍ଞାନ ପରେ ପରୀକ୍ଷା ଶେଷ ହେବ ବୋଲି କୁହାଯାଇଛି । ଗୋଟିଏ ସିଟିଂରେ ସମସ୍ତ ପରୀକ୍ଷା ହେବ ଏବଂ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ୍ ଦିଆଯିବ ।

ଚଳିତ ବର୍ଷ  ୨୯୯୧ କେନ୍ଦ୍ରରେ  ୫ ଲକ୍ଷ ୫୧ ହଜାର ୬୧୧ ପିଲା ପରୀକ୍ଷା ଦେବେ ।  ମାର୍ଚ୍ଚ ୧୫ରୁ ମାଟ୍ରିକ ଖାତା ଦେଖାହେବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି|

nis-ad
Leave A Reply

Your email address will not be published.