ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ : ଅଭିଯୁକ୍ତ କଲେଜ ଅଧ୍ୟକ୍ଷଙ୍କୁ ଖୋଜୁଛି ପୋଲିସ…

2019_4largeimg07_Sunday_2019_080500274-660x430

ଜୟପୁର: ଥମୁନି ଲଜ୍ଜା  । ଘରୋଇ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଜୟପୁର ସହରରେ  । ସୂଚନା ମୂତାବକ ଜୟପୁର ସହରରେ ଥିବା ଏକ ଘରୋଇ କଲେଜର ପ୍ରିନ୍ସପାଲ ହଷ୍ଟେଲରେ ରହୁଥିବା ଛାତ୍ରୀ ମାନଙ୍କୁ ଦୁଷ୍କର୍ମ କରୁଥିବା ଅଭିଯୋଗ ହୋଇଛି  । ଅଧ୍ୟାପକ ଜଣଙ୍କ ଛାତ୍ରୀଙ୍କ ହଷ୍ଟେଲ ମଧ୍ୟରେ ପଶି ନାବାଳିକା ଛାତ୍ରୀମାନଙ୍କୁ ଅଶାଳୀନ ବ୍ୟବହାର କରିବା ସହ କଥା ନମାନିଲେ ପରୀକ୍ଷାରେ ଫେଲ କରିଦେବାକୁ ବି ଧମକ ମଧ୍ୟ ଦେଉଛନ୍ତି ।

ତେବେ ଏ ନେଇ  ଯୁକ୍ତ ଦୁଇର ପ୍ରଥମ ଏବଂ ଦ୍ବିତୀୟ ବର୍ଷର କିଛି ଛାତ୍ରୀ ମିଶି ଜୟପୁର ଟାଉନ୍ ଥାନାରେ ମଧ୍ୟ ଏତଲା ଦେଇଛନ୍ତି । ସେପଟେ ଘଟଣାରେ ସମ୍ପୃକ୍ତ ଥିବା ପ୍ରିନ୍ସପାଲ ଜଣଙ୍କ ଫେରାର ହୋଇଯାଇଥିବାବେଳେ ପୋଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।

nis-ad
Leave A Reply

Your email address will not be published.