ଅବ୍ୟବସ୍ଥାରେ ସରିଲା ଭୀମ ଭୋଇ ସାମର୍ଥ୍ୟ ଶିବିର…

ଦାରିଙ୍ଗବାଡି,୧୨/୧୨ : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପରିସରରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ବିଡ଼ିଓ ଗଦାଧର ପାତ୍ରଙ୍କ ନେତୃତ୍ୱ କ୍ରମେ ବିଏସଏସଓ କ୍ଷୀତିଶ ପ୍ରିୟଦର୍ଶୀ ସାହୁ ପରିଚାଳନା କରିଥିଲେ । ଏହି ଶିବିରରେ ୨୫୪ ଜଣ ରେଜିଷ୍ଟ୍ରେସନ କରିଥିଲେ । ସେଥିମଧ୍ୟରୁ ୪୨ ଜଣ ହେଉଛନ୍ତି ମାନସିକ ଅନଗ୍ରସର, କର୍ଣ୍ଣ ବାଧିତ ୨୯. ଦୃଷ୍ଟି ଶକ୍ତି ବାଧିତ ୨୯.ଶାରୀରିକ ଅକ୍ଷମତା ୧୧୨ ଓ ସିକଲସେଲ ୪୨ ଜଣ ରେଜିଷ୍ଟ୍ରେସନ କରିଥିଲେ । ଏହି ଶିବିରରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡକ୍ଟର ମାନେ ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କୁ ଦେଖିଥିଲେ । ହେଲେ କିଛି ଡକ୍ଟର ଆସିଥିବା ଭିନ୍ନକ୍ଷମ ଙ୍କୁ ରିପୋର୍ଟ ମାଗି ଥିବା ବେଳେ ସେମାନଙ୍କ ପାଖରେ ରିପୋର୍ଟ ନଥିବା ଯୋଗୁଁ ଫେରାଇ ଦେଇଥିଲେ । ଏଥି ସହିତ ମଧ୍ୟାହ୍ନରେ ଖାଇବା ଛୁଟି ହେବା ପରେ ଡକ୍ଟର ମାନେ ଚାଲିଯାଇଥିବା ଯୋଗୁଁ ବହୁ ଦୂର ଦୂରଦୁରାନ୍ତ ରୁ ଆସିଥିବା ଏକାଧିକ ଭିନ୍ନକ୍ଷମ ଅଯଥା ଖର୍ଚ୍ଚାନ୍ତ ହୋଇ ନିରାଶରେ ଘରକୁ ଫେରିଯାଇଥିଲେ । ଏହି ଶିବିରରେ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.