ମଦ ମାଫିଆ ଙ୍କ କବ୍ଜାରେ ଗଞ୍ଜାମ ଜିଲ୍ଲା ଅବକାରୀ ବିଭାଗ… !

ବାଲେଶ୍ୱର ରୁ ବାହାର ରାଜ୍ୟର ବିଦେଶୀ ମଦ ଜବତ ଗଞ୍ଜାମ ଜିଲ୍ଲାରୁ କେବେ…. ?


ବ୍ରହ୍ମପୁର: ୧୨-୧୨ ବଲାଙ୍ଗିର ରୁ ମଦ ବ୍ୟବସାୟ ଙ୍କ ଠାରୁ ପେଟି ପେଟି ଟଙ୍କା ଜବତ ପରେ ରାଜ୍ୟ ର ଅନ୍ୟ ଜିଲ୍ଲାର ଅବକାରୀ ବାବୁ ମାନେ ଏବେ ଟିକେ ସକ୍ରିୟ ଥିବା ଜଣାପଡୁଛି। ଗତ ରବିବାର ଦିନ ବାଲେଶ୍ୱର ଜିଲ୍ଲାର ରେମୁଣା ଥାନା ଅଞ୍ଚଳରୁ ଅରୁଣାଞ୍ଚଳ ପ୍ରଦେଶ ର ବିଦେଶୀ ମଦ ଜବତ ହୋଇଛି। ରାଜସ୍ୱ ଫାଙ୍କି ବେପାରୀ ଓ ବାବୁ ମାନେ ମାଲା ମାଲ ହେଉଥିବା ବେଳେ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ଗଞ୍ଜାମ ଜିଲ୍ଲାର କୋଣ ଅନୁକଣ ରେ ଖୁଲାମ ଖୁଲା ନକଲି ଓ ଅନ୍ୟ ରାଜ୍ୟର ବିଦେଶୀ ମଦ ବିକ୍ରି ହେଉଥିବା ଚର୍ଚ୍ଚା ହୋଇ ଆସୁଛି। ଏହା ସାଙ୍ଗକୁ କେତେକ ସରକାରୀ ଦେଶୀ ମହୁଲି ଭାଟିରେ ପୋଚ ପ୍ରସ୍ତୁତି ବେଳେ ମହୁଲ ସ୍ଥାନରେ ୟୁରିଆ ଓ ଇଷ୍ଟ ବ୍ୟବହାର ହେଉଥିବା ମଧ୍ୟ ପୂର୍ବରୁ ଅଭିଯୋଗ ହୋଇ ଆସୁଛି। ଏହି ଅପମିଶ୍ର ମଦ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ପୁଣି ଏକ ମଦ ମୃତ୍ୟୁ ହେବାର ସମ୍ଭାବନା ରହିଛି ବୋଲି ନିସର୍ତ୍ତ ରେ ପୂର୍ବରୁ ଖବର ପ୍ରକାଶ ପାଇଛି।ଆଜି ସୁଦ୍ଧା ଯେଉଁ ସବୁ ଭାଟିରେ ଏହି ଅପମିଶ୍ରଣ ମଦ ପ୍ରସ୍ତୁତ ହେଉଛି। ସେହି ଭାଟିର ପୋଚ କୁ କେମିକାଲ ଟେଷ୍ଟିଙ୍ଗ ପାଇଁ ପଠା ଯାଇନଥିବା ଯୋଗୁଁ ଅବକାରୀ ବିଭାଗ ମଦ ମାଫିଆ ଙ୍କ କବ୍ଜା ରେ ଥିବା ନେଇ ଚର୍ଚ୍ଚା ହେଉଛି। ସରକାର ଙ୍କ ଧାର୍ଯ୍ୟ ଠାରୁ ମାତ୍ରାଧିକ ମଦ ପ୍ରସ୍ତୁତ ହେଉଥିବା ଘଟଣା ଏବେ ବଲାଙ୍ଗୀର ର ଟଙ୍କା ଜବତ ପରେ ଲୋକ ଲୋଚନ ଆସିଛି।ନକଲି ଅସଲି ସାଙ୍ଗକୁ ଅପମିଶ୍ରଣ ଖେଳକୁ ରାଜ୍ୟ ଅବକାରୀ ବିଭାଗ ର ଉଚ୍ଚ ଅଧିକାରୀ ଙ୍କ ଦ୍ୱାରା ତଦନ୍ତ କରିଲେ ଅସଂଖ୍ୟ ବାବୁ, ନେତା ଓ ମଦ ବ୍ୟବସାୟ ଙ୍କ ମୁଖା ଖୋଲିବ ବୋଲି ଚର୍ଚ୍ଚା ହେଉଛି। ସୂଚନା ଥାଉକି ଗଞ୍ଜାମ ଜିଲ୍ଲାର ଅବକାରୀ ଅଧିକାରୀ ମାନେ ଜଣେ ଜଣେ କୁବେର କହିଲେ କିଛିବି ଭୁଲ ହେବ ନାହିଁ ଏହି ବିଭାଗ ର ତଳିଆ କର୍ମଚାରୀ ବି କୋଟିପତି, ଜିଲ୍ଲାର ଦୁର୍ନୀତି ନିବାରଣ ବିଭାଗ ଅବକାରୀ ବିଭାଗ ର ଗେଲ୍ହା ପୁଅ ବୋଲି ଚର୍ଚ୍ଚା ହେଉଛି l ଗଞ୍ଜାମ ଜିଲ୍ଲାରେ ଥିବା ଅବକାରୀ ବିଭାଗ ଏବେ ମଦ ମାଫିଆ ଙ୍କ କବ୍ଜାରେ କହିଲେ କିଛି ଭୁଲ ହେବ ନାହିଁ ଏଠାକାର ମଦ ମାଫିଆ ମାନେ ବଲାଙ୍ଗୀର ସାହୁ ପରିବାର ଠାରୁ କିଛି ବି କମ ନୁହନ୍ତି ଗଞ୍ଜାମ ଜିଲ୍ଲା ତଥା ରାଜ୍ୟ ନିର୍ବାଚନ କୁ ଏମାନଙ୍କ ସହଯୋଗ ଅଧିକା ବୋଲି ଶୁଣିବାକୁ ମିଳୁଛି l ଏହି ମଦ ଓ ବାଲି ମାଫିଆ ମାନଙ୍କ ଦୟାରୁ ବିଧାୟକ ଓ ସାଂସଦ ମାନେ ନିର୍ବାଚନ ବୈତରଣୀ ପାର ହୋଇଥାନ୍ତି, ଏବଂ ଅଫିସର ମାନଙ୍କୁ ନିଜ ପୋଷା କୁକୁର ପରି ରଖିଥିବା କୁ ନେଇ ଚର୍ଚ୍ଚା ହେଉଛି ତେଣୁ ରାଜ୍ୟ ଓ କେନ୍ଦ୍ର ଦୁର୍ନୀତି ବିଭାଗ ଗଞ୍ଜାମ ଜିଲ୍ଲା ପ୍ରତି ଯଦି ଦୃଷ୍ଟି ଦେବେ ତେବେ ଅନେକ ସରକାରୀ ବାବୁ ମାନଙ୍କ ମୁଖା ଖୋଲିଯିବା ସହିତ ଅନେକ ମଦ ମାଫିଆ ଙ୍କ କୁବେର ସମ୍ପତି ଲୋକ ଲୋଚନ କୁ ଆସିବା ସହିତ ସରକାରୀ ରାଜସ୍ୱ ବଢ଼ି ପାରିବ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେଇଛି

nis-ad
Leave A Reply

Your email address will not be published.