କନ୍ଧଗୌଡ ସମାଜ ପକ୍ଷରୁ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଦାବିପତ୍ର ପ୍ରଦାନ…

ଫୁଲବାଣୀ : ଆଜି ଫୁଲବାଣୀ ସ୍ଥିତ ପ୍ରଦକ୍ଷିଣ ଗୃହ ଠାରେ କନ୍ଧ ଗଉଡ ଜିଲ୍ଳା ସଭାପତି ପ୍ରେମାନନ୍ଦ ମାଝୀଙ୍କ ନେତୃତ୍ଵରେ ବିଜେଡି କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିହନ ନିଗମ ଅଧ୍ୟକ୍ଷ ବିଜୟ କୁମାର ନାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ଏହି ଦାବିପତ୍ରରେ ଉଲ୍ଲେଖ ଅଛି ଯେ କନ୍ଧଗଉଡ଼ ଆଦିବାସୀ ଜାତି ସମାଜ ସେବା ସମିତି ଗୋଷ୍ଠୀ କେନ୍ଦ୍ର ପାଇଁ ଏକ କଲ୍ୟାଣୀ ମଣ୍ଡପ ସଭାଗୃହ ଯୋଗାଇଦେବା ନିମନ୍ତେ ସରକାର ନିକଟରେ ଗୁହାରୀ କରିଛନ୍ତି l ଏଥି ସହିତ ଆହୁରି ମଧ୍ଯ କନ୍ଧମାଳ ଜିଲ୍ଲାର କନ୍ଧଗଉଡ଼ ଜାତିସମମାଜ ସେବା ସମିତି ଜିଲ୍ଲା ଅନୁଷ୍ଠାନ ତରଫରୁ ନିବେଦନ କରିଛନ୍ତି ଯେ କନ୍ଧମାଳ ଜିଲ୍ଲାର ୧୨ଗୋଟି ବ୍ଲକ ଅଞ୍ଚଳକୁ ନେଇଁ ଗଠନ ହୋଇଥିବା କନ୍ଧଗଉଡ଼ ସମାଜ ସେବା ସମିତି ମୁଖ୍ୟ କାର୍ଯ୍ୟାଳୟ ଗ୍ରାମ-ମଣିପଦର, ଗ୍ରା.ପ. ବନ୍ଧଗଡ଼, ବ୍ଲକ- ଫିରିଙ୍ଗିଆ, ଜିଲ୍ଲା-କନ୍ଧମାଳ ଠାରେ ରହିଅଛି । କିନ୍ତୁ ଜାତି ସାମାଜ ଗୋଷ୍ଟି କେନ୍ଦ୍ର ପାଇଁ ସଭାଗୃହଟିଏ ନଥିବାରୁ ବର୍ଷାଦିନେ ସଭାବୈଠକ କରିବା ପାଇଁ ବହୁତ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଏହି ଜିଲ୍ଲା ର ଅନୁଷ୍ଠାନରେ ପ୍ରାୟ ୮୦୦ରୁ ଉର୍ଦ୍ଧ୍ବ ସଦସ୍ୟ ସଦସ୍ୟା ରହିଛନ୍ତି । ଉକ୍ତ ସଦସ୍ୟ/ସଦସ୍ୟା ମାନଙ୍କ ବୈଠକ ପାଇଁ ସଭାଗୃହଟିଏ ଦେବାପାଇଁ ଓଡ଼ିଶା ସରକାରଙ୍କ ସ୍ଵତନ୍ତ୍ର ଉନ୍ନୟନ ପାଣ୍ଠିରୁ ଅର୍ଥମଞ୍ଜୁର କଲେ କନ୍ଧମାଳ ଜିଲ୍ଲାର କନ୍ଧଗଉଡ଼ ଆଦିବାସୀ ପ୍ରାୟ ୭୦ ହଜାର ପରିବାର ଉପକୃତ ହେବେ । ଉକ୍ତ ସମସ୍ୟାକୁ ବିଧାୟକଙ୍କ ନିକଟରେ ବାରମ୍ବାର ଆବେଦନ କରିଥିଲେ ସୁଦ୍ଧା ଆଜିପର୍ଯ୍ୟନ୍ତ ଉନ୍ନୟନ ମୂଳକ ଜାତି ସଭା ଗୋଷ୍ଠୀଜେନ୍ଦ୍ର ଗୃହ ଟିଏ ମିଳିଲାନାହିଁ ।୫ଟି ସରକାରଙ୍କୁ ଗତ ତା ୧୭.୦୬.୨୦୨୩ ରିଖରେ କନ୍ଧଗଉଡ଼ ଆଦିବାସୀ ମାନଙ୍କ ବିଭିନ୍ନ ଅସୁବିଧା ଉନ୍ନୟନ ମୂଳକ ସମସ୍ୟାକୁ ସମାଧାନ ନିମନ୍ତେ ଗୁହାରୀ ଆବେଦନ କରିଥିଲୁ । ହେଲେବି ଆଜି ପର୍ଯ୍ୟନ୍ତ ଅନୁଷ୍ଠାନ ଗୃହ ଟିଏ ମିଳିଲାନାହିଁ କିମ୍ବା ସମାଧାନ ହୋଇନାହିଁ । ଏଣୁ ଆପଣଙ୍କ ଜରିଆରେ ଆପଣ ଆମ୍ଭମାନଙ୍କ ପ୍ରତି ସୂଦୟାବହି ଓଡ଼ିଶା ସରକାରଙ୍କ ଦ୍ୱାରା କନ୍ଧଗଉଡ଼ ଆଦିବାସୀ ମାନଙ୍କ ସମସ୍ୟା ସମାଧାନ କରିବା ସହିତରେ ଏକ କଲ୍ୟାଣୀ ମଣ୍ଡପ ସଭାଗୃହ ଯୋଗାଇଦେଲେ ସମସ୍ତେ ଉପକୃତ ହୋଇ ପାରନ୍ତୁ ବୋଲି ଅନୁରୋଧ କରିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ଆଇନ ଉପଦେଷ୍ଟା ଭାବେ ବରିଷ୍ଠ ଆଇନ୍ ଜୀବୀ ସତ୍ୟ ନାରାୟଣ ବେହେରା, ଜାଗ୍ରତ୍ କନ୍ଧମାଳର ଓ ବି ସି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପ୍ରଧାନ, ଉପ ସଭାପତି ପ୍ରଦୀପ କୁମାର ନାୟକ, ସାଧାରଣ ସମ୍ପାଦକ ବିଭୀଷଣ ମାଝୀ, କୋଷାଧ୍ଯକ୍ଷ ନନ୍ଦ କିଶୋର ବେହେରା , ସଦସ୍ୟା କୁମୁଦିନୀ ବେହେରା, ସୁବାଷ ପ୍ରଧାନ,ଭଗବାନ ଭୋଇ, ଘନଶ୍ୟାମ ନାୟକ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.