ଭଡ଼ା ଘରୁ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଭଡ଼ା ଘରୁ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ରେଡିକା ସାହିର ଏକ ଭଡ଼ା ଘରୁ ମୃତଦେହ ମିଳିଛି। ମୃତକ ଗାଙ୍ଗପୁର ଥାନା ଖଇରପୁଟି ଗାଁର ଜଗନ୍ନାଥ ନାୟକ । ସେ ଏକ ଖବରକାଗଜରେ କାମ କରିବା ସହ ଏକ ଫାଷ୍ଟଫୁଡ୍ ଦୋକାନ କରିଥିଲେ।

ଗତ ମଙ୍ଗଳବାରଠୁ ତାଙ୍କ ମୋବାଇଲ ସୁଇଚ ଅଫ୍ ଥିଲା । ତାଙ୍କ ସହ ଯୋଗାଯୋଗ ହୋଇନପାରିବାରୁ ଦେଖା କରିବାକୁ ଆସିଥିଲେ ତାଙ୍କ ଭାଇ । ଭଡା ଘରେ ଦୁର୍ଗନ୍ଧ ବାହାରୁଥିବା ଖବରପାଇ ପୋଲିସକୁ ଖବର ଦେଇଥିଲେ ।

ମୃତଦେହ ନିକଟରୁ ଏକ ପଥର ଓ କାଠ ଫାଳିଆ ମିଳିଛି। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ । ମୃତ ସାମ୍ବାଦିକଙ୍କ ସୁନା ଚେନ୍ ଓ ମୁଦି ନଥିବା ଅଭିଯୋଗ କରିଛନ୍ତି ପରିବାର । ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ବ୍ରହ୍ମପୁର ଏସପି ଓ ଗୋପାଳପୁର ଥାନା ଅଧିକାରୀ।

nis-ad
Leave A Reply

Your email address will not be published.