ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ…

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ କୁ ଆଜି ଜାମିନ ମିଳିଛି । ହାଇକୋର୍ଟ ଅର୍ଚ୍ଚନାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି । ଯାହାଫଳେ ଖୁବ୍ ଶୀଘ୍ର ଜେଲରୁ ମୁକୁଳି ପାରନ୍ତି ଅର୍ଚ୍ଚନା ନାଗ । ପୂର୍ବରୁ ୨ଟି ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳିସାରିଥିବାବେଳେ, ଏବେ ଆଉ ଗୋଟିଏ ମାମଲାରେ ଜାମିନ ମିଳିସାରିଛି ଯେଉଁ କାରଣରୁ ଜେଲରୁ ବାହାରକୁ ବାହାରିବା ରାସ୍ତା ଏବେ ଅର୍ଚ୍ଚନାଙ୍କ ପାଇଁ ଖୋଲିଯାଇଛି ।

ଖବର ମୁତାବକ, ରାଜଧାନୀର ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକିଆଣୀ ସାଜିଥିଲେ । ଯାହା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ଏଥିରେ ତାଙ୍କୁ ସହଯୋଗ କରୁଥିଲେ ସ୍ବାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ବର। ଏଭଳି ଅଭିଯୋଗ ଆସିବା ପରେ ଘଟଣାର ଖୋଳତାଡ ଆମ୍ଭ କରିଥିଲା କମିଶନରେଟ୍ ପୋଲିସ । ଏହାପରେ ଇଡି ନେଇଥିଲା ତଦନ୍ତ ଭାର ।

ନିଜ ସମ୍ପତ୍ତିର ହିସାବ ଦେଇ ନପାରିବାରୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ବିଳାଶପୂର୍ଣ୍ଣ କୋଠା କୁ ଜବତ କରିଥିଲା ଇଡି । ଏହାସହ ମାମଲାରେ ସ୍ବାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ବରକୁ ମଧ୍ୟ ବାନ୍ଧିଥିଲା ପୋଲିସ । ତିନି ଜଣ ଝାରପଡା ଜେଲରେ ଥିବାବେଳେ, କିଛି ଦିନ ପୂର୍ବେ ସ୍ବାମୀ ଜଗବନ୍ଧୁଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା ଏହାପରେ ଜେଲରୁ ମୁକୁଳିଥିଲେ ଜଗବନ୍ଧୁ । ଏବେ ଅର୍ଚ୍ଚନାଙ୍କର ମୁକୁଳିବା ନେଇ ଚର୍ଚ୍ଚା ଧରିଛି ।

ତେବେ ପୂର୍ବରୁ ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ହୋଇଥିବା ଦୁଇଟି ମାମଲାରେ ଅଚ୍ଚନା ନାଗ ଙ୍କୁ ଜାମିନ ମିଳିସାରିଥିବାବେଳେ ଆଜି ଆଉ ଇଡି ମାମଲାରେ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ ।

nis-ad
Leave A Reply

Your email address will not be published.