ଗୋଟିଏ ଦିନ ବଢିଲା ବାଲିଯାତ୍ରା ଅବଧି, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଐତିହାସିକ କଟକ ବାଲିଯାତ୍ରାର ଆହୁରି ମଜା ନେବେ ଲୋକେ,  କରାଣ ଆଉ ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜନ ସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଐତିହାସିକ ବାଲିଯାତ୍ରା କୁ ଗୋଟିଏ ଦିନ ପାଇଁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ବାଲି ଯାତ୍ରା ଏବେ ଲୋକଙ୍କ ପାଇଁ ମୁଖ୍ୟ ଆକର୍ଷଣ ହୋଇଛି ଓ ଏଥିରେ ବିପୁଳ ଜନ ସମାଗମ ହେଉଛି । କାର୍ତ୍ତିକ ପୂର୍ଣିମା ତଥା ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ବାଲିଯାତ୍ରା ଆଜି (ସୋମବାର) ଶେଷ ହେବାର ଥିଲା । ହେଲେ ଲୋକ ମାନଙ୍କର ଭିଡ ଓ ଉତ୍ସାହକୁ ଦେଖି ଏହାକୁ ଆଉ ଗୋଟିଏ ଦିନ ବଢାଇବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ।

ବାଲିଯାତ୍ରାରେ ବିଭିନ୍ନ ପ୍ରକାରର ସୁ-ସ୍ବାଦୁ ଖାଇବା ସହ ଅନେକ ରକମର ଦୋଳି, ଭଳିକି ଭଳି ଘରକରଣା ସାମଗ୍ରୀ ଓ ପ୍ରଥମକରି ଫିସ୍ ଟନେଲର ମଜାନେଉଛନ୍ତି ଦର୍ଶକ । ଏହାସହ ଚଳିତବର୍ଷର ବିଭିନ୍ନ ସେଲଫି ପଏଣ୍ଟ ଲୋକଙ୍କୁ ଆହୁରି ଆକୃଷ୍ଟ କରୁଛି ।

nis-ad
Leave A Reply

Your email address will not be published.