ବିଜେଡି ସରକାର ବିଫଳତାକୁ ପ୍ରସଙ୍ଗ କରି ସାଧାରଣ ଲୋକଙ୍କ ପାଖକୁ ଯିବ କଂଗ୍ରେସ ଦଳ: ପିସିସି ସଭାପତି…

ଭୁବନେଶ୍ୱର: ବିଜେଡି ସରକାର ବିଫଳତାକୁ ପ୍ରସଙ୍ଗ କରି ସାଧାରଣ ଲୋକଙ୍କ ପାଖକୁ ଯିବ କଂଗ୍ରେସ ଦଳ | ଆଜି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏଭଳି ନିଷ୍ପତି ହୋଇଥିବା ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ | ଏହା ସହ ବିଜେଡିକୁ ଟାର୍ଗେଟ କରି ପିସିସି ସଭାପତି କହିଛନ୍ତି ସାଧାରଣ ଲୋକଙ୍କ ମନରେ ଏବେ ପ୍ରଶ୍ନ ଉଠିଲାଣି ସେମାନେ ନବୀନ ପଟ୍ଟନାୟକଙ୍କ କଥାରେ ଭୋଟ ଦେବେ ନା ପାଣ୍ଡିଆନଙ୍କ କଥାରେ ଭୋଟ ଦେବେ | ଆଗରୁ ନବୀନ ବାବୁ ନେତୃତ୍ୱରେ ବିଜେଡି ଦଳ ଆଗକୁ ବଢୁଥିଲା ଏବଂ ନିର୍ବାଚନ ଲଢୁଥିଲା | କିନ୍ତୁ ଏବେ ନିଷ୍ପତି ନେବାକୁ ଦ୍ୱିତୀୟ ଲୋକ ଆସିଗଲେଣି ବୋଲି ଆଲୋଚନା ହେଉଛି | ଏହାଶହ ଅନ୍ୟ ପ୍ରସଙ୍ଗ ହେଉଛି ଯଦି ନବୀନ ବାବୁଙ୍କ ଛଡା ଆଉ କିଏ ରାଜ୍ୟରେ ନେତୃତ୍ୱ ନିଏ ତେବେ ଓଡିଶାବାସୀଙ୍କ ତାଙ୍କ ପ୍ରତି ଆସ୍ଥା ରଖିବେ କି ନାହିଁ |
କାହା ନେତୃତ୍ୱରେ ବିଜେଡି ରାଜନୀତି ମଇଦାନକୁ ଓହ୍ଲାଇବ ବୋଲି ମଧ୍ୟ ପ୍ରଶ୍ନ କରିଛି କଂଗ୍ରେସ | ମୁଖ୍ୟମନ୍ତ୍ରୀ ଓଡିଶା ଗସ୍ତ କଲେ ମଧ୍ୟ ଏହାର କିଛି ପ୍ରଭାବ ନିର୍ବାଚନରେ ପଡିବ ନାହିଁ | ୨୪ ବର୍ଷରେ ବେକାରୀ ସମସ୍ୟା, ଆଇନଶୃଙ୍ଖଳା ଭଳି ସ୍ଥିତି ସାଧାରଣ ଲୋକମାନେ ଜାଣିସାରିଲେଣି | ସେମାନେ ଅନୁଭବ କଲେଣି ବିଜେଡି ଏବଂ ବିଜେପିର ବିକଳ୍ପ ହେଉଛି କଂଗ୍ରେସ ଦଳ | ସେହିପରି ୫ଟି ରାଜ୍ୟରେ ଆସିବାର ଥିବା ନିର୍ବାଚନ ଫଳାଫଳ କଂଗ୍ରେସ ସପକ୍ଷରେ ଯିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ | ସେ କହିଛନ୍ତି ସମସ୍ତ ରାଜ୍ୟରେ କଂଗ୍ରେସ ସରକାର କରିବ | ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଯେଉଁ ପରିଶ୍ରମ କରିଛନ୍ତି ତାହାର ଫଳ ନିଶ୍ଚିନ୍ତ ମିଳିବ | ଏହାଶହ ଏହି ବିଜୟର ପ୍ରଭାବ ସାରା ଭାରତବର୍ଷରେ ପଡିବ | ଓଡ଼ିଶାରେ ମଧ୍ୟ ମତ ପରିବର୍ତନ ହେବ ଓ ୨୦୨୪ରେ କଂଗ୍ରେସ ରାଜ୍ୟରେ ମଧ୍ୟ ସରକାର କରିବ |

nis-ad
Leave A Reply

Your email address will not be published.