ଆମେ ସରକାରଙ୍କ ଚାକର, ଆପଣଙ୍କର ନୁହଁ; ମାଜିଷ୍ଟ୍ରେଟ ପାଣି ମାଗିବାରୁ ଏଭଳି କହିଲେ କନଷ୍ଟେବଳ

ପାଟନା: ଆମେ ସରକାରଙ୍କ ଚାକର, ଆପଣଙ୍କର ନୁହଁ । ମାଜିଷ୍ଟ୍ରେଟ ପାଣି ମାଗିବାରୁ ଏଭଳି କହିଲେ ମହିଳା କନଷ୍ଟେବଳ । ବିହାର ପୁଲିସର ଜଣେ ମହିଳା କନଷ୍ଟେବଳ ଏଭଳି କହୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ହେଉଥିବା ଭିଡିଓରେ ମହିଳା କନଷ୍ଟେବଳ ପାଣି ମାଗିବାକୁ ନେଇ ଡ୍ୟୁଟିରେ ଥିବା ମାଜିଷ୍ଟ୍ରେଟଙ୍କ ସହ ଯୁକ୍ତିତର୍କ କରିଥିବା ସାମ୍ନାକୁ ଆସିଛି ।
ମିଳିଥିବା ସୂଚନା ମୁତାବକ, ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ମାଜିଷ୍ଟ୍ରେଟ୍ ଜଳଖିଆ ଖାଇଥିଲେ । ଏହା ପରେ ‌ସେ ପାଖରେ ଠିଆ ହୋଇଥିବା ଜଣେ ମହିଳା କନଷ୍ଟେବଳଙ୍କୁ ପାଣି ବୋତଲ ଆଣିବା ପାଇଁ କହିଥିଲେ । ମାଜିଷ୍ଟ୍ରେଟଙ୍କଠାରୁ ଏହା ଶୁଣି ରାଗିଯାଇଥିଲେ କନଷ୍ଟେବଳ । ରାଗରେ ସେ କହିଥିଲେ, ‘ଆମେ ସରକାରଙ୍କ ଚାକର। ଆମେ ସରକାରଙ୍କ କାମ କରିବୁ । କିନ୍ତୁ ଆମେ କାହାର ବ୍ୟକ୍ତିଗତ ଚାକର ନୁହଁ ଯେ ଆମେ ଆପଣଙ୍କ କାମ କରିବୁ । ଆମେ ଭୋକିଲା ରହି ଡ୍ୟୁଟି କରୁଛୁ । ହେଲେ ଆପଣ ପେଟେ ଖାଇବା ପରେ ଆମକୁ ପାଣି ମାଗୁଛନ୍ତି । ଆମ ବିଷୟରେ ଟିକେ ବି ଚିନ୍ତା କରୁନାହାନ୍ତି ।’
ତେବେ କନଷ୍ଟେବଳ ଏଭଳି କହିବା ପରେ ତାଙ୍କ ସହକର୍ମୀମାନେ ତାଙ୍କୁ ସମର୍ଥନ କରିଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ ବିହାରର କେଉଁ ଜିଲ୍ଲାରେ ଏହି ଘଟଣା ଘଟିଛି ତାହା ସାମ୍ନାକୁ ଆସିନାହିଁ ।

nis-ad
Leave A Reply

Your email address will not be published.