ପ୍ରସ୍ତାବ ଦେଲେନି ରାଜ୍ୟ ସରକାର, ମେଗା ଟେକ୍ସଟାଇଲ ପାର୍କରୁ ବଞ୍ଚିତ ହେଲା ଓଡିଶା: କେନ୍ଦ୍ର ମନ୍ତ୍ରୀ

The_Minister_of_State_for_Textiles_and_Railways_Smt._Darshana_Vikram_Jardosh_addressing_at_the_7th_National_Handloom_Day_in_New_Delhi_on_August_07_2021-750x430

ଭୁବନେଶ୍ୱର: ବୟନ ଶିଳ୍ପ ଲାଗି ଓଡ଼ିଶାରେ ବ୍ୟାପକ ସୁଯୋଗ ରହିଛି କିନ୍ତୁ ରାଜ୍ୟ ସରକାରଙ୍କ ସହଯୋଗ ମିଳୁନି | ରାଜ୍ୟ ସରକାରଙ୍କ ସହଯୋଗ ମିଳିଲେ ଓଡ଼ିଶାର ବୟନ ଶିଳ୍ପ ଆହୁରି ବହୁତ ଆଗକୁ ଯାଇ ପାରିବ | କିଛି ଏଭଳି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଦର୍ଶନା ଯାରଦୋଷ | ସେ କହିଛନ୍ତି ଯେ ମେଗା ଟେକ୍ସଟାଇଲ ପାର୍କରୁ ୧୨ଟି ରାଜ୍ୟ କେନ୍ଦ୍ରକୁ ପ୍ରସ୍ତାବ ଦେବା ସହ ବିଡିଂ ପ୍ରକ୍ରିୟାରେ ଭାଗ ନେଇଥିଲେ | ସେଥି ମଧ୍ୟରୁ ଭିତ୍ତିଭୂମି ଓ ରାଜ୍ୟର ପଲିସି ଅନୁଯାୟୀ ୭ଟି ରାଜ୍ୟକୁ ମେଗା ଟେକ୍ସ ଟାଇଲ ପାର୍କ ପାଇଁ ମିଳିଛି ଅନୁମତି | ବୟନ ଶିଳ୍ପ ଲାଗି ଓଡ଼ିଶାରେ ବ୍ୟାପକ ସୁଯୋଗ ରହିଛି କିନ୍ତୁ ରାଜ୍ୟ ସରକାରଙ୍କ ସହଯୋଗ ମିଳୁନି | ରାଜ୍ୟ ସରକାରଙ୍କ ସହଯୋଗ ମିଳିଲେ ଓଡ଼ିଶାର ବୟନ ଶିଳ୍ପ ଆହୁରି ବହୁତ ଆଗକୁ ଯାଇ ପାରିବ | କେନ୍ଦ୍ର ସରକାରଙ୍କ ସମର୍ଥ ଯୋଜନା ମାଧ୍ୟମରେ ବୟନ ଶିଳ୍ପ କାରିଗରଙ୍କୁ ଟ୍ରେନିଂ ଦିଆ ଯାଉଛି |

ମାର୍କେଟ ବ୍ୟବସ୍ଥା ବି କରାଯାଇଛି, ଏପରିକି କେନ୍ଦ୍ର ସରକାର ଏହି କ୍ଷେତ୍ରର ଅନେକ ବ୍ୟକ୍ତି ଵିଶେଷଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି | ବିଲୁପ୍ତ ପ୍ରାୟ କଳାକୁ ଆଗକୁ ନେଇକି ଯିବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ | ଜି ୨୦ ସମ୍ମିଳନୀରେ ବି ପ୍ରଧାନମନ୍ତ୍ରୀ ସେ କଥାକୁ ଗୁରୁତ୍ୱ ଦେଇଛନ୍ତି | ପ୍ରତ୍ୟେକ ରାଜ୍ୟରେ ଗୋଟିଏ ଲେଖାଏଁ ମେଗା ଟେକ୍ସଟାଇଲ ପାର୍କ ନିର୍ମାଣ କରିବା ଯୋଜନା କରିଥିଲେ କେନ୍ଦ୍ର ସରକାର | ହଜାର ଏକର ଜମିରେ ୧୦ ହଜାର କୋଟି ନିବେଶରେ ହୋଇଥାନ୍ତା ମେଗା ଟେକ୍ସଟାଇଲ ପାର୍କ | ଯେଉଁଥିରେ ୫୧ ପ୍ରତିଶତ ରାଜ୍ୟ ସରକାର ଏବଂ ୪୯ ପ୍ରତିଶତ କେନ୍ଦ୍ର ସରକାର ଅଂଶୀଦାର ରହିଥାନ୍ତା | ଅର୍ଥାତ ମାଲିକାନା ରାଜ୍ୟ ସରକାରଙ୍କ ନିକଟରେ ରହିଥାନ୍ତା |

nis-ad
Leave A Reply

Your email address will not be published.