ଗଞ୍ଜାମ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଏବେ କୋମା ରେ.. !

କଥା ପ୍ରବଳ କାମ ଦୁର୍ବଳ…!!


ବ୍ରହ୍ମପୁର: ୨୯-୧୧ ଗଞ୍ଜାମ ଜିଲ୍ଲା ରେ ଗାଁ ରୁ ସହର ପର୍ଯ୍ୟନ୍ତ ଦୁର୍ନୀତି ଏବେ ଚରମସୀମା ରେ ପାହଞ୍ଚିଲାଣି। ପ୍ରତ୍ୟେକ କ୍ଷେତ୍ରରେ ପାଉଣା ନ ଦେଲେ ଫାଇଲ ଗୁଞ୍ଚୁ ନାହିଁ ବୋଲି ସବୁଆଡେ ଚର୍ଚ୍ଚା ହେଉଛି। ବାବୁଙ୍କୁ ଖୁଶ କରିବା ସହ ତଳୁଆ କର୍ମଚାରୀ ଙ୍କୁ ମଧ୍ୟ ଖୁସି କରିବାକୁ ପଡୁଛି। ଅଧିକାଂଶ ଅଧିକାରୀଙ୍କ ଠାରୁ ଆରମ୍ଭ କିରି କିରାଣୀ ପର୍ଯ୍ୟନ୍ତ ଗୋଟିଏ ସ୍ୱର ମହାଙ୍ଗା ମାଡ଼ ବୋଲି ଚର୍ଚ୍ଚା ହେଲାଣି। ପିସି କାରବାର ଏତେ ମାତ୍ରା ରେ ବଢ଼ିଗଲାଣି ଯେ ପ୍ରତେକ ନିର୍ମାଣ କାର୍ଯ୍ୟ ରେ ନିମ୍ନ ମାନର କାର୍ଯ୍ୟ ଦେଖିବାକୁ ମିଳୁଛି। ଏ ସମ୍ପର୍କ ରେ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ କୁ କୌଣସି ଲୋକେ ଦୁର୍ନୀତି ଓ ଲାଞ୍ଚ ମାଗିବା ସୂଚନା ଦେଲେ ଦୁର୍ନୀତି ଖୋର ବାବୁ ଙ୍କ ନିକଟରେ ଖବର ଚାଲି ଯାଉଥିବା ଚର୍ଚ୍ଚା ହେଉଛି। ରାଜ୍ୟ ର ଅନ୍ୟ ଜିଲ୍ଲା ରେ ଯେପରି ଦୁର୍ନୀତି ନିବାରଣ ବିଭାଗ ସକ୍ରିୟ ରହି କାର୍ଯ୍ୟ କରୁଛି ସେହିପରି ଗଞ୍ଜାମ ଜିଲ୍ଲା ରେ ଦୁର୍ନୀତି ହେଉନି ନା ବାବୁ ଙ୍କ ଆଶୀର୍ବାଦ ରେ ଦୁର୍ନୀତି ହେଉଛି ବୋଲି ଚର୍ଚ୍ଚା ହେଉଛି। ସୂଚନା ଦେଲେ ବି କିଛି ଲାଭ ନାହିଁ ସୂଚନା ଦେଲେ ବି ଦୁର୍ନୀତି ବିଭାଗ ଅଧିକାରୀଙ୍କ ଲାଭ l ସୂଚନା ଥାଉକି ଗଞ୍ଜାମ ଜିଲ୍ଲାର ଅନେକ ପ୍ରଶାସନିକ ଅଧିକାରୀ ଜଣେ ଜଣେ କୁବେର ଖୋଦ କରି କିଛି ଅଧିକାରୀ ଗଞ୍ଜାମ ଜିଲ୍ଲା ଚୌକି ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି ଏହିପରି ଅନେକ ନଜିର ବି ରହିଛି l ବୋଧେ ଅବକାରୀ ବିଭାଗ ଓ ଖାକୀ ପୋଷାକ ପ୍ରତି ଦୁର୍ନୀତି ବିଭାଗ ଅଧିକାରୀ ଙ୍କ କିଛି ମଧୁର ସମ୍ପର୍କ ରହିଛି ବୋଲି

ସାଧାରଣ ରେ ଆଲୋଚନା ହେଉଛି l ଅବକାରୀ ବିଭାଗ ଦୁର୍ନୀତି ନିବାରଣ ବିଭାଗ ର ଗେଲ୍ହା ପୁଅ କହିଲେ ଚଳେ ଏହି ବିଭାଗ ଅଧିକାରୀ ମାନେ ଜଣେ ଜଣେ କୁବେର କହିଲେ କିଛିବି ଭୁଲ ହେବ ନାହିଁ l ଗଞ୍ଜାମ ଜିଲ୍ଲାର କିଛି ଅଧିକାରୀ ଦୀର୍ଘ ବର୍ଷ ଧରି ଏଠାରେ ରହି ସରକାରୀ ଟଙ୍କା ଆତ୍ମସାତ କରି ଚାଲି ଛନ୍ତି କାରଣ ଏମାନେ ନେଇ ଆଣି ଥୋଇ ପାରୁଛନ୍ତି ବୋଲି ଚର୍ଚ୍ଚା ହେଉଛି l ସୂଚନା ଥାଉକି ଗୋଟିଏ କଲେଜ ର ପ୍ରିନସିପାଲ ଦୀର୍ଘ ବର୍ଷ ଧରି ଗୋଟିଏ କଲେଜ ରେ ରାଜୁତି କରି ଆସୁଛନ୍ତି ତାଙ୍କ ବିରୋଧ ରେ ଅନେକ ଅଭିଯୋଗ ରହିଛି ତଥାପି ଦୁର୍ନୀତି ବିଭାଗ ଟେର ପାଉନି l ତାଙ୍କ ସମ୍ପତି କଳନା ବି କରିହେବ ନାହିଁ ଅତୀତ ରେ ସେହି ବ୍ୟକ୍ତି ଙ୍କ ବାଲେଶ୍ୱର ଦୁର୍ନୀତି ବିଭାଗ ମୁଖା ଖୋଲି ଥିଲା ତାଙ୍କ ବିରୋଧ ରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ବି ହୋଇଥିଲା କିନ୍ତୁ ସେଠାରୁ ସେ ଅତି ଚତୁରତା ସହିତ ଖସି ବ୍ରହ୍ମପୁର କୁ ଅତି ନିରାପଦ ସ୍ଥାନ ବୋଲି ଗଣି ଦୀର୍ଘ ବର୍ଷ ହେଲା ରହି ଆସୁଛନ୍ତି ସେ ଏତେ ପ୍ରଭାବ ସାଳି ଯେ ରାଜ୍ୟ ସରକାର ବି ହାତ ମାରି ପାରୁନାହଁ l କେବଳ ସେ ନୁହନ୍ତି ଅନେକ ଅଧିକାରୀ ଅଛନ୍ତି ଯାହାର ତାଲିକା କଲେ କାଗଜ ଶେଷ ହୋଇଯିବ କିନ୍ତୁ ଦୁର୍ନୀତି ବିଭାଗ ର ଆଖି ଖୋଲିବ ନାହିଁ କି ନିଦ ଭାଙ୍ଗିବାକୁ କିଏ ନାହିଁ l ତେଣୁ ରାଜ୍ୟସରକାର ଏଥି ପ୍ରତି ଦୃଷ୍ଟି ଦେଇ ଏକ ଦକ୍ଷତା ପୂର୍ଣ୍ଣ ଦୁର୍ନୀବିଭାଗ ଅଧିକାରୀ ଗଞ୍ଜାମ ଜିଲ୍ଲା କୁ ଦେଲେ ଅନେକ କୁବେର ବାବୁ ମାନଙ୍କ ଅସଲି ମୁଖା ଖୋଲିଯିବ ବୋଲି ସାଧାରଣ ତଥା ବୁଦ୍ଧି ଜୀବି ମହଲରେ ଦାବି ହେଉଛି…!

nis-ad
Leave A Reply

Your email address will not be published.