ବିଜେଡିରେ ଯୋଗଦାନ ପରେ ମା’ ତାରାତାରିଣୀଙ୍କ ପୀଠରେ ପୂଜାର୍ଚ୍ଚନା କଲେ ଭି କେ ପାଣ୍ଡିଆନ…

vk-pandian-

ଭୁବେନେଶ୍ୱର : ବିଧିବଦ୍ଧ ଭାବେ ରାଜନୀତିରେ ଯୋଗ ଦେଇ ବିଜେଡିରେ ସାମିଲ ହୋଇଥିବା ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ମନ୍ଦିର ଯାଇ ମା’ଙ୍କ ପୂଜାର୍ଚ୍ଚନା କରିଛନ୍ତି। ଅପରାହ୍ନରେ ସେ ମନ୍ଦିର ଯାଇ ମା’ଙ୍କ ଦର୍ଶନ କରି ଆଶୀର୍ବାଦ ଲୋଡ଼ିଥିଲେ । ଗଞ୍ଜାମ ଜିଲ୍ଲାପାଳ ଥିବା ବେଳେ ତାରାତାରିଣୀ ପୀଠର ସକଳ ଉନ୍ନତି ପାଇଁ ଚେଷ୍ଟା କରିଥିଲେ ଭି.କେ ପାଣ୍ଡିଆନ । ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କ ଉଦ୍ୟମ ରେ ତାରାତାରିଣୀ ମନ୍ଦିରର ରୂପାନ୍ତର ହୋଇପାରିଛି । ଦେଶର ଏକ ପ୍ରମୁଖ ଶକ୍ତିପୀଠ ଭାବେ ତାରାତାରିଣୀ ମନ୍ଦିର ମୁଣ୍ଡ ଟେକିଛି। ମନ୍ଦିରର ରୂପାନ୍ତରଣ କ୍ଷେତ୍ରରେ କାର୍ତ୍ତିକ ପାଣ୍ଡିଆନଙ୍କ ଭୂମିକା ଥିଲା ଉଲ୍ଲେଖନୀୟ।

ଉଲ୍ଲେଖଯୋଗ୍ୟ ଆଜି ସକାଳେ ବିଜେଡିରେ ବିଦ୍ଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ଭିକେ ପାଣ୍ଡିଆନ୍ । ଦଳର ସମସ୍ତ ସାଂସଦ, ବିଧାୟକଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଦଳରେ ସାମିଲ ହୋଇଛନ୍ତି ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀ ତାଙ୍କୁ ଆଶୀର୍ବାଦ ଦେବା ସହ ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆଶା ବ୍ୟକ୍ତ କରିଛନ୍ତି ।

nis-ad
Leave A Reply

Your email address will not be published.