ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ତରଣ ଓ ଗଜଭୋଗ…

GAJA-2-1

କଟକ : ଚାଲିଛି ମହାପଞ୍ଚୁକ ବ୍ରତ । ଏଥିଲାଗି ରାଜ୍ୟର ପ୍ରାୟ ସବୁ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇପଡିଛି । ସକାଳୁ ସକାଳୁ ସବୁ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ଆଜି ବଡ଼ସିଂହାର ସହ ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର। ରାତି ୩ଟାରୁ ବାବାଙ୍କର ପହଡ ଖୋଲାଯାଇଥିଲା ।

ପରେ ୧୦୮  ଗରା ଜଳରେ ସ୍ନାନ କରାଯାଇ ମଙ୍ଗଳ ଆଳତୀ , ମଇଲମ, ବାଳଭୋଗ ଆଦି କରାଯାଇଥିଲା। ପରେ ଦର୍ଶନ ଲାଗି ଭକ୍ତ ମାନଙ୍କୁ ଛଡା ଯାଇଥିଲା । ସେପଟେ ସରିଲା ବାବା ଧବଳେଶ୍ବରଙ୍କ ବଡଓଷା  । ବାବା ଧବଳେଶ୍ବରଙ୍କ ପାଖରେ ବାବାଙ୍କ ପ୍ରିୟ ଗଜଭୋଗ ଓ ତରଣ ଲାଗି ହୋଇଛି। ରାତି ସାରା ଉଜାଗର ରହି ଭକ୍ତ ଓ ଶ୍ରଦ୍ଧାଳୁ ଭୋଗ ପାଇ ବେଶ ଆନନ୍ଦିତ ହୋଇଛନ୍ତି । ସେପଟେ ଭକ୍ତଙ୍କ ଭିଡକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି  ।

nis-ad
Leave A Reply

Your email address will not be published.