ଧରାକୋଟ ଅଞ୍ଚଳ ରେ ନକଲି ବେଦେଶୀ ମଦର ବନ୍ୟା.. ! ପୋଲିସ ଓ ଅବକାରୀ ବିଭାଗ ନିରବ ଦ୍ରଷ୍ଟା…

ଧରାକୋଟ : ୨୨-୧୧ଗଞ୍ଜାମ ଜିଲ୍ଲାର ଧରାକୋଟ ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ ର ମିଲିଭଗତ ରେ ଚାଲିଛି ନକଲି ବିଦେଶୀ ମଦ ବ୍ୟବସାୟ ବୋଲି ଏବେ ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଦୈନିକ ପେଟି ପେଟି ନକଲି ବିଦେଶୀ ମଦ ଆସି ଧରାକୋଟ ର ବହୁ ଗ୍ରମାଞ୍ଚଳ କୁ ଅବାଧ ରେ ମଦ ମାଫିଆ ମାନେ ଯୋଗାଉଥିବା ଚର୍ଚ୍ଚା ହେଉଛି। ଏହି ଚୋରା ମଦ ମାଫିଆ ଙ୍କ ସହ ହାତକୁ ହାତ ମିଶାଇ ପୋଲିସ ଓ ଅବକାରୀ ବିଭାଗ ର କେତେକ କର୍ମଚାରୀ ସିଧା ସମ୍ପୃକ୍ତ ଥାଇ ବଡ଼ ବାବୁ ମାନଙ୍କୁ ଅନ୍ଧାର ରେ ରଖି ଏହି କାରବାର କରୁଥିବା ଆଲୋଚନା ହେଉଛି। କେଉଁ ଟା ଅସଲି କେଉଁ ଟା ନକଲି ଏହା ଅବକାରୀ ବିଭାଗ ର ସମ୍ପୂର୍ଣ ସହଯୋଗ ରେ ଏହି ମଦ ମାଫିଆ ପେଟି ପେଟି ବେଦେଶୀ ମଦ ଆଣି ବିକ୍ରି କରିବା ଫଳରେ ମଦୁଆ ମାନେ ଅସଲି ଟଙ୍କା ଦେଇ ନକଲି ମଦ୍ୟପାନ କରୁଥିବା ଚର୍ଚ୍ଚା ର ବିଷୟ ହୋଇଛି। ଏହି କାରବାର ଦୀର୍ଘଦିନ ହେଲା ଚାଲିଥିବା ନେଇ ଜିଲ୍ଲା ର ବିଭାଗୀୟ ମୁଖିଆ ଙ୍କ ଜାଣତ ନା ଅଜାଣତରେ ଚାଲିଛି, ତାହା ସ୍ୱତନ୍ତ୍ର ସ୍କ୍ୱାର୍ଡ ଆସିଲେ ନକଲି ଅସଲି ର ଖେଳ ର ପର୍ଦ୍ଧା ଫାସ ହେବ ବୋଲି ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.